ଲଞ୍ଚ ହେଲା ଦୁନିଆର ସବୁଠାରୁ ଫାଷ୍ଟ ଇଣ୍ଟରନେଟ୍‌ ସର୍ଭିସ, ଏକ ସେକେଣ୍ଡରେ ଟ୍ରାନ୍ସଫର ହେବ ୧୫୦ ଫିଲ୍ମ

ଚୀନ୍ ନିଜର କେତେକ ସହରରେ ବିଶ୍ୱର ଫାଷ୍ଟେଷ୍ଟ ଇଣ୍ଟରନେଟ୍ ଲଞ୍ଚ କରିଛି । ଏହାର ସ୍ପିଡ୍‌ ଏତେ ଅଧିକ ଯେ ଆପଣ ମାତ୍ର ଗୋଟିଏ ସେକେଣ୍ଡରେ HD କ୍ୱାଲିଟିର ୧୫୦ଟି ଫିଲ୍ମ ଟ୍ରାନ୍ସମିଟ୍ କରିପାରିବେ ।

ଇଣ୍ଟରନେଟ୍ ଦୁନିଆରେ ଚୀନ୍ ପୁଣି ଥରେ ନୂଆ ପରିଚୟ ହାସଲ କରିଛି । ଚୀନ୍ ନିଜର କେତେକ ସହରରେ ବିଶ୍ୱର ଫାଷ୍ଟେଷ୍ଟ ଇଣ୍ଟରନେଟ୍ ଲଞ୍ଚ କରିଛି । ଏହାର ସ୍ପିଡ୍‌ ଏତେ ଅଧିକ ଯେ ଆପଣ ମାତ୍ର ଗୋଟିଏ ସେକେଣ୍ଡରେ HD କ୍ୱାଲିଟିର ୧୫୦ଟି ଫିଲ୍ମ ଟ୍ରାନ୍ସମିଟ୍ କରିପାରିବେ । ଏହି ଇଣ୍ଟରନେଟ୍ ନେଟୱାର୍କ ୧.୨ TB ଅର୍ଥାତ୍ ପ୍ରତି ସେକେଣ୍ଡରେ ୧୨୦୦ ଗିଗାବାଇଟ୍ ସ୍ପିଡରେ ଡାଟା ଟ୍ରାନ୍ସଫର କରିପାରିବ । ରିପୋର୍ଟ ଅନୁସାରେ ବର୍ତ୍ତମାନର ଇଣ୍ଟରନେଟ୍ ସ୍ପିଡ୍ ତୁଳନାରେ ଏହି ଇଣ୍ଟରନେଟ୍ ସ୍ପିଡ୍ ୧୦ ଗୁଣ ଅଧିକ ଫାଷ୍ଟ ରହିଛି । ଏହି ପ୍ରୋଜେକ୍ଟରେ ୪ଟି କମ୍ପାନୀ ମିଳିତ ଭାବେ କାମ କରିଛନ୍ତି ।

ରିପୋର୍ଟ ଅନୁଯାୟୀ ଚୀନର ଏହି ହାଇ ସ୍ପିଡ୍ ଇଣ୍ଟରନେଟ୍ ନେଟୱାର୍କ ଚୀନର ୩୦୦୦ କିଲୋମିଟର ଅଞ୍ଚଳରେ ବ୍ୟାପିଛି ଏବଂ ଏହା ଅପ୍ଟିକାଲ୍ ଫାଇବର କ୍ୟାବଲିଂ ସିଷ୍ଟମ ଦ୍ୱାରା ବେଜିଂ, ଉହାନ୍ ଏବଂ ଗୁଆଙ୍ଗୋକୁ ଯୋଡ଼ିଛି । ସୂଚନା ଥାଉ କି ଚୀନର ଏହି ନେଟୱାର୍କ ଦୁନିଆର ଫାଷ୍ଟେଷ୍ଟ ଇଣ୍ଟରନେଟ୍ ଦେଉଥିବା ନେଟୱାର୍କ ହୋଇପାରିଛି । ଦୁନିଆର ଅଧିକାଂଶ ଇଣ୍ଟରନେଟ୍ ବ୍ୟାକବୋନ ନେଟୱାର୍କ ପ୍ରତି ସେକେଣ୍ଡରେ ମାତ୍ର ୧୦୦ ଗିଗାବାଇଟରେ କାମ କରେ ।

ଏହି ନେଟୱାର୍କ ଜୁଲାଇରେ ଆକ୍ଟିଭ ହୋଇଥିଲା ଏବଂ ଗତ ସୋମବାର ଅଫିସିଆଲ ଭାବରେ ଲଞ୍ଚ କରାଯାଇଛି । ଚୀନର ଏହି ନେଟୱାର୍କ ସମସ୍ତ ଟେଷ୍ଟିଂରେ ସଫଳ ହୋଇଛି । ଏହି ଇଣ୍ଟରନେଟ୍ କନେକ୍ସନରେ କୌଣସି ଅସୁବିଧା ମିଳି ନାହିଁ ।

ଏହି ନେଟୱାର୍କ ମାତ୍ର ଗୋଟିଏ ସେକେଣ୍ଡରେ ୧୫୦ ଟି ହାଇ-ଡେଫିନେସନ୍ ଫିଲ୍ମ ସହ ସମାନ ଡାଟା ଟ୍ରାନ୍ସଫର କରିବାରେ ସକ୍ଷମ । ଏହାର ଅର୍ଥ ହେଉଛି ୧୫୦ ଫିଲ୍ମ ସାଇଜ୍‌ ର ଫାଇଲକୁ ଏହା ମାତ୍ର ଏକ ସେକେଣ୍ଡରେ ପଠାଇ ପାରିବ । ଏହା ଲଞ୍ଚ ହେବା ପରେ ୟୁଜର୍ସମାନେ ବେଶ ଖୁସି ଅଛନ୍ତି ଏବଂ ଏହାର ଲାଭ ଉଠାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.