ଉତ୍ତରକାଶୀ ଟନେଲରେ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ଟିମ୍

ଉତ୍ତରକାଶୀ ଟନେଲରେ ଦୁର୍ଘଟଣାରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ୫ଦିନ ପରେ ବି ସରୁନି ରେସକ୍ୟୁ ଅପରେସନ୍ । ଉଦ୍ଧାର ହୋଇ ପାରୁନାହାନ୍ତି ଉତ୍ତରକାଶୀରେ ଟନେଲ ତଳେ ଫସିଥିବା ୪୦ ଶ୍ରମିକ ।

ଉତ୍ତରକାଶୀ ଟନେଲରେ ଦୁର୍ଘଟଣାରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ୫ଦିନ ହେବ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଶ୍ରମିକ । ୫ଦିନ ପରେ ବି ସରୁନି ରେସକ୍ୟୁ ଅପରେସନ୍ । ଉଦ୍ଧାର ହୋଇ ପାରୁନାହାନ୍ତି ଉତ୍ତରକାଶୀରେ ଟନେଲ ତଳେ ଫସିଥିବା ୪୦ ଶ୍ରମିକ । କେତେବେଳେ ଭୂସ୍ଖଳନ ଓ କେତେବେଳେ ମେସିନ ଖରାପ କାରଣରୁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହେଉଛି ।  ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି।

୬୦ ମିଟର ମାଟି ଧସିଥିବା ବେଳେ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇ ପାରିଛି। ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୋଜନା ରହିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

ରେସକ୍ୟୁରେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ଟିମ୍ । ଏପରିକି ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଫସିଥିବା ଶ୍ରମିକଙ୍କ ଭିତରେ ଓଡ଼ିଶାରୁ ୫ ଜଣ ଅଛନ୍ତି । ଟନେଲ ଭିତରକୁ ପଠାଯାଉଛି ଅକ୍ସିଜେନ ଓ ଖାଦ୍ୟ । କିଛି ଶ୍ରମିକଙ୍କ ଦେହ ଖରାପ ହେବାରୁ ଔଷଧ ପଠାଯାଇଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏକାଧିକ ଟିମ୍ ।

ସୂଚନାଯୋଗ୍ୟ, ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.