Below header

ଆସନ୍ତା ବର୍ଷ ଲଞ୍ଚ ହେବ ପବନରୁ ଅଧିକ ତୀବ୍ର ବେଗର ୩ଟି ଆଡଭେଞ୍ଚରିୟର୍ସ ବାଇକ୍, ଜାଣନ୍ତୁ ଫିଚର ଏବଂ ମୂଲ୍ଯ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ବଜାରରେ ଅନେକ ଦମଦାର ବାଇକ୍ ଲଞ୍ଚ ହୋଇଛି। ଏଥିମଧ୍ୟରେ ଅନେକ ଅଫ-ରୋଡ଼ ବାଇକ୍ସ ମଧ୍ୟ ସାମିଲ ରହିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ତିନିଟି ବାଇକ୍ ବିଷୟରେ କହିବାକୁ ଯାଉଛୁ ଯାହା ଚଳିତ ବର୍ଷ ନୁହଁ ବରଂ ଆସନ୍ତା ବର୍ଷ ଅର୍ଥାତ୍ ୨୦୧୯ ମସିହାରେ ଲଞ୍ଚ କରିବାକୁ ଯାଉଛି। ଖାଲି ତାହା ନୁହଁ ଏହି ବାଇକ୍ ଗୁଡ଼ିକରେ ରହିଥିବା ଫିଚର ଏବଂ ମୂଲ୍ଯ ବିଷୟରେ ମଧ୍ୟ ଆମେ କହିବାକୁ ଯାଉଛୁ।

Triumph Tiger 800 XCa(1)

Triumph Tiger 800 XCa

Triumphର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏବଂ ଲୋକପ୍ରିୟ ଏଡ଼ଭେଞ୍ଚର ବାଇକ୍ Tiger 800ର ଟପ୍-ଅଫ୍-ଦଲାଇନ୍ XCa ବ୍ଯାରିଏଣ୍ଟ ଭାରତରେ ୨୦୧୯ ମସିହାରେ ଲଞ୍ଚ ହେବାକୁ ଯାଉଛି। ଏହାକୁ ୨୦୧୮ ମସିହାରେ ଅପଡ଼େଟେଡ଼ କରି ରଖାଯାଇଛି। ଏହି ବାଇକରେ ଟପ୍ ସ୍ପେସିଫିକେସନ୍ XCa ବ୍ଯାରିଏଣ୍ଟ ସିଟ୍ସ , ଗ୍ରିପ୍ ଏବଂ ଏଲଇଡ଼ି ଲାଇଟ୍ସ ଆଦିକୁ ଅପଡ଼େଟ କରାଯାଇଛି। Tiger 800 XCa ବାଇକ ୮୦୦ସିସି , ଇନ୍-ଲାଇଟ ଟ୍ରିପଲ ସିଲିଣ୍ଡର ଇଞ୍ଜିନ୍ ଏବଂ ୯,୫୦୦ ଆରପିଏମରେ ୯୪ ବିଏଚପି ଏବଂ ୭୯ ଏନଏମର ପିକ୍ ଟ୍ରାକ୍ ଜେନେରେଟ କରିବ। କମ୍ପାନି ଏହାକୁ ୨୦୧୯ ମସିହାରେ ଲଞ୍ଚ କରିବା ବିଷୟରେ ଚିନ୍ତା କରିଥିବା ବେଳେ ଏହାର ମୂଲ୍ଯ ୧୫ଲକ୍ଷ ରହିଛି।

Triumph Scrambler 1200(1)

Triumph Scrambler 1200

Scrambler୧୨୦୦କୁ ସଂପୂର୍ଣ୍ଣ ଭାବେ ଆଡଭାଞ୍ଚରିୟସ୍ ବାଇକ୍ କୁହାଯାଇପାରିବ ନାହିଁ। କିନ୍ତୁ ଏହା ବାଇକ୍ ଚାଳକଙ୍କ ଅଫ-ରୋଡ଼ ଅନୁଭବକୁ ଏକ ନୂତନ ସ୍ତରକୁ ନେଇଯାଇଥାଏ। ଏଥିରେ Triumph Thruxton R ୧୨୦୦ସିସିର ଇଞ୍ଜିନ ରହିଥିବା ବେଳେ ପେରେଲାଲ୍-ଟ୍ବିନ୍ ୭,୪୦୦ ଆରପିଏମରେ ୮୯ବିଏଚପି ଏବଂ ୩,୯୫୦ ଆରପିଏମ୍ ଦ୍ବାରା ୧୧୦ ଏନଏମ୍ ପିକ୍ ଟ୍ରାକ୍ ଜେନେରେଟ କରିଥାଏ। ଏହା ଛଡ଼ା Triumph Scrambler ବାଇକରେ  ଫୁଲ କଲର TFT ଇଷ୍ଟୁମେଣ୍ଟ ପ୍ଯାନେଲ ରହିବ ଯେଉଁଥିରେ ଗୋପ୍ରୋ କଣ୍ଟ୍ରୋଲ ସିଷ୍ଟମ୍ ଇଣ୍ଟିଗ୍ରେଟ ରହିଛି। ଏହାକୁ କମ୍ପାନି ଆସନ୍ତା ବର୍ଷ ଲଞ୍ଚ କରିବା କଥା କହିଥିବା ବେଳେ ଏହାର ମୂଲ୍ଯ ୧୧-୧୨ ଲକ୍ଷ ମଧ୍ୟରେ ରହିବ।

BMW R 1250 GS(1)

BMW R 1250 GS

ଦୁନିଆରେ ସବୁଠାରୁ ଲୋକପ୍ରିୟ ବାଇକ୍ ମାନଙ୍କ ମଧ୍ୟରେ ରହିଛି BMW R 1250 GS । ଯାହାକୁ ଆସନ୍ତା ବର୍ଷ ଅପଗ୍ରେଡ଼ କରାଯିବା ଖବର ରହିଛି। ଏଥିରେ ୧୨୫୪ ସିସି ବିଶିଷ୍ଟ ଇଞ୍ଜନ୍ ରହିଥିଏ ଯାହା ୭,୭୫୦ ଆରପିଏମରେ ୧୩୬ ବିଏଚପି ପାୱାରରେ ୧୪୩ଏନଏମ୍ ପିକ୍ ଟ୍ରାକ୍ ଜେନେରେଟ କରିବ। BMW R 1250 GSର ତିନିଟି ବେରିଏଣ୍ଟ ଉପଲବ୍ଧ ରହିବ। ତେବେ ଏହାର ମୂଲ୍ଯ ୧୮ ରୁ ୨୨ଲକ୍ଷ ମଧ୍ୟରେ ରହିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.