ବାହାଘର ପରେ ବାହାରିଲେ ନିକ୍‌ ଓ ପିକ୍‌

ଜୟପୁର : ଦୁଇ ଦିନ ଧରି ଦୁଇଥର ବିବାହ ପରେ ରାଜସ୍ଥାନ ଛାଡ଼ିଛନ୍ତି ନିକ୍‌ ଓ ପିକ୍‌ । ମାନେ ନିକ୍‌ ଜୋନାସ୍‌ ଏବଂ ପ୍ରିୟଙ୍କା ଚୋପ୍ରା । ଯୋଧପୁର ଉମେଦ ଭବନରେ ଗତକାଲି ହିନ୍ଦୁ ରୀତି ନୀତି ଅନୁଯାୟୀ ଏହି ଦେଶୀ ଗାର୍ଲ ଓ ବିଦେଶୀ ବଏଙ୍କର ବିବାହ ହାଇଥିଲା । ପୂର୍ବ ଦିନ ଉଭୟ ଖ୍ରୀଷ୍ଟିଆନ୍‌ ଧର୍ମ ଅନୁସାରେ ବାହା ହୋଇଥିଲେ । ବଲିଉଡ୍‌ର ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ । ବରବଧୂ ଆଜି ସେଠାରୁ ଫେରିଛନ୍ତି । ଫେରିବା ବେଳେ ସେମାନଙ୍କୁ ସାଧାରଣ ଲୋକେ ଓ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଇଥିଲେ ।

NIC-PIC

ସେତେବେଳେ ପ୍ରିୟଙ୍କା ସବୁଜ ରଙ୍ଗର ଏକ ନେଟ୍‌ ଶାଢ଼ୀ ପିନ୍ଧିଥିଲେ । ହ୍ୟାଣ୍ଡସମ୍‌ ନିକ୍‌ ପିନ୍ଧିଥିଲେ ଖାକି ରଙ୍ଗର ପୋଷାକ । ପ୍ରିୟଙ୍କାଙ୍କ ହାତରେ ମେହେନ୍ଦି ଓ ସିନ୍ଥିରେ ଥିଲା ନିକ୍‌ଙ୍କ ନାଁର ସିନ୍ଦୂର । ଦୁହେଁ ଫଟୋଗ୍ରାଫରଙ୍କୁ ପୋଜ୍‌ ମଧ୍ୟ ଦେଇଥିଲେ । ସେମାନେ ଯୋଧପୁର ବିମାନ ବନ୍ଦରରେ ପହଞ୍ଚିବା ସେମାନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିଲା । ପ୍ରିୟଙ୍କା ଓ ନିକ୍‌ଙ୍କ ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଥିଲେ । ବୟସରେ ପ୍ରିୟଙ୍କା ନିକଙ୍କ ଠାରୁ ୧୦ ବର୍ଷ ବଡ଼ । ପେସାରେ ଜଣେ ଗାୟକ ନିକ୍‌ଙ୍କୁ ୨୬ ବର୍ଷ ଏବଂ ବଲିଉଡ୍‌ ଷ୍ଟାର ପ୍ରିୟଙ୍କାଙ୍କୁ ୩୬ ବର୍ଷ ବୟସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.