ସମଗ୍ର ବିଶ୍ବରେ ବଢିଲା TikTok ର ଲୋକପ୍ରିୟତା, ଫେସବୁକକୁ ପଛରେ ପକାଇଲା ଟିକଟକ୍

ଭାରତରେ ବ୍ଯାନ ହୋଇଥିବା ସୋସିଆଲ ମିଡିଆ ଆପ୍ ଟିକଟକ୍ ବିଶ୍ବସ୍ତରରେ ଏକ ବଡ କୀର୍ତ୍ତିମାନ ହାସଲ କରିଛି। କିଛି ସମୟ ପୂର୍ବରୁ ସୁରକ୍ଷାଗତ କାରଣ ଲାଗି ଭାରତରେ ନିଷିଦ୍ଧ ହୋଇଥିବା ମୋବାଇଲ ଆପ୍ ଟିକ୍ଟକ୍ ଏବେ ଲୋକପ୍ରିୟ ସୋସିଆଲ ସାଇଟ୍ ଫେସବୁକ୍କୁ ପଛରେ ପକାଇ ଦେଇଛି। ଚଳିତ ବର୍ଷ ବିଶ୍ୱରେ ଟିକ୍ଟକ୍ ସବୁଠୁ ବେଶି ଡାଉନଲୋଡ ହୋଇଥିବା ଆପ୍ରେ ପରିଣତ ହୋଇଥିବା ମୋବାଇଲ ଆପ୍ ଆନାଲିଟିକ୍ସ ଫାର୍ମ ଆପ୍ ଏନିଙ୍କ ରିପୋର୍ଟରୁ ଜଣାପଡିଛି।

ରିପୋର୍ଟ ଅନୁସାରେ ଆପ୍ର ଏଣ୍ଡ୍ରଏଡ ଓ ଆଇଓଏସ୍ ପ୍ଲାଟଫର୍ମ ଉଭୟର ବେଶ୍ ଡାଉନଲୋଡ ହୋଇଛି। ଆପ ଏନି ଡାଉନଲୋଡ ଲିଷ୍ଟରେ ଜାନୁୟାରୀ-ନଭେମ୍ବର ୨୦୨୦ରେ ଟିକ୍ଟକ୍ ପରେ ଦ୍ୱିତୀୟ ସ୍ଥାନରେ ଫେସବୁକ୍, ତୃତୀୟ ସ୍ଥାନରେ ହ୍ୱାଟସ୍ ଆପ୍, ଚତୁର୍ଥ ସ୍ଥାନରେ ଜୁମ କ୍ଲାଉଡ୍ ମିଟିଙ୍ଗ ଓ ପଞ୍ଚମ ସ୍ଥାନରେ ଇନଷ୍ଟାଗ୍ରାମ ରହିଛି।

ସୂଚନାଯୋଗ୍ଯ, ଟିକଟକ୍ ଉପରେ ଭାରତ ନିକଟରେ ପ୍ରତିବନ୍ଧକ ଲଗାଇଥିଲା। ଭାରତ ସରକାରଙ୍କ କହିବାନୁଯାୟୀ, ଟିକଟକ୍ ଭାରତ ପାଇଁ ଆଭ୍ଯନ୍ତରୀଣ ବିପଦ ଆଣୁଛି। କିନ୍ତୁ ସମଗ୍ର ବିଶ୍ବରେ ଏହାର ବ୍ଯବହାର ବହୁତ ଲୋକ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.