Twitter Blue ସବ୍ସକ୍ରିପ୍‌ଶନ ସେବା ଆରମ୍ଭ, ଏବେ ଟ୍ଵିଟର ଚଲାଇବା ପାଇଁ ପ୍ରତି ମାସରେ ଦେବାକୁ ହେବ ଏତେ ଟଙ୍କା

ଟ୍ଵିଟର ମଙ୍ଗଳବାର ଆମେରିକା ଓ ନ୍ୟୁଜିଲାଣ୍ଡ ୟୁଜରମାନଙ୍କ ପାଇଁ ନିଜର ବ୍ଲୁ ସବ୍ସକ୍ରିପ୍‌ଶନ ସେବା ଆରମ୍ଭ କରି ଦେଇଛି। ସୋସିଆଲ ମିଡିଆ କମ୍ପାନୀ ଜୁନ୍‌ରୁ ଅଷ୍ଟ୍ରେଲିଆ ଓ କାନାଡାର ୟୁଜରମାନଙ୍କ ସହିତ ସଦସ୍ୟତା ଉତ୍ପାଦର ପରୀକ୍ଷଣ କରୁଛି, କିନ୍ତୁ ମଙ୍ଗଳବାର ପ୍ରଥମ ଥର ଏହି ସୁବିଧା ୟୁଏସ୍‌ ୟୁଜରଙ୍କ ପାଇଁ ଉପଲବ୍ଧ କରାଇଛି। iOS, Android ଏବଂ େଓ୍ଵବ ୟୁଜରଙ୍କ ପାଇଁ ଟ୍ଵିଟର ବ୍ଲୁର ଦାମ୍‌ ୨.୯୯ ଡଲାର ରହିଛି ଅର୍ଥାତ୍‌ ପ୍ରତି ମାସରେ ୨୨୨ ଟଙ୍କା ଦେବାକୁ ପଡ଼ିବ। ସବ୍ସକ୍ରିପ୍‌ଶନ ପ୍ରଡକ୍ଟରେ ଟ୍ଵିଟର ପାଓ୍ଵର ୟୁଜରଙ୍କ ପାଇଁ ସଂରକ୍ଷିତ ସ୍ପେଶାଲ ଫିଚର୍ସ ସାମିଲ କରିଛି। ଯେମିତି କି, ଟ୍ଵିଟ୍‌କୁ ଅନଜିପ୍‌ କରିବା କିମ୍ବା ଟ୍ଵିଟର ଆପ୍‌ ଆଇକନକୁ କଷ୍ଟୋମାଇଜ୍‌ କରିବାର କ୍ଷମତା। ଟ୍ଵିଟର ବ୍ଲୁର ୟୁଏସ୍‌ ଲଞ୍ଚ୍‌ ବି ଏକ ପ୍ରମୁଖ ସଂସ୍କରଣ ସହିତ ଆସୁଛି; ଦ ଓ୍ଵାଶିଙ୍ଗ୍‌ଟନ ପୋଷ୍ଟ, ରୋଲିଙ୍ଗ୍‌ ଷ୍ଟୋନ, ଦ ଆଟ୍‌ଲାଣ୍ଟିକ ଏବଂ ଇନ୍‌ସାଇଡର ଭଳି ୩୦୦ରୁ ଅଧିକ ୟୁଏସ୍‌-ଆଧାରିତ ସାମାଚାର ସାଇଟ୍‌ଗୁଡ଼ିକରୁ ବିଜ୍ଞାପନ-ଫ୍ରି ଆର୍ଟିକଲ୍‌ର ଆକ୍ସେସ୍‌।

ଟ୍ଵିଟର ବ୍ଲୁ ସହିତ କମ୍ପାନୀ ନିଜର ରେଭେନ୍ୟୁ ଷ୍ଟ୍ରୀମ୍‌ରେ ବିବିଧୀକରଣ ଆଣିବାକୁ ମଧ୍ୟ ପ୍ରୟାସ କରୁଛି। ନିଜର ତୃତୀୟ ତ୍ରୟମାସିକ ଆୟ ରିପୋର୍ଟ ଅନୁସାରେ, ବିଜ୍ଞାପନ ଟ୍ଵିଟରର ରାଜସ୍ୱର ୮୯ ପ୍ରତିଶତରୁ ଅଧିକ। ସୋସିଆଲ ମିଡିଆ କମ୍ପାନୀ ଚଳିତ ବର୍ଷ ପ୍ରାରମ୍ଭରେ ୨୦୨୩ ସୁଦ୍ଧା ୩୧୫ ମିଲିୟନ ମୋନେଟାଇଜ୍‌ ଡେଲି ଆକ୍ଟିଭ ୟୁଜର୍ସଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଏବଂ ନିଜର ବାର୍ଷିକ ଆୟକୁ ୭.୫ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟ୍ଵିଟର ନିଜ ୟୁଜର୍ସଙ୍କ ସବ୍ସକ୍ରିପ୍‌ଶନର ଗୋଟିଏ ଅଂଶ ସମ୍ପୃକ୍ତ ସମାଚାର ଏଜେନ୍ସିଗୁଡ଼ିକୁ ପଢ଼ା ଯାଇଥିବା କଣ୍ଟେଣ୍ଟ ଆଧାରରେ ପ୍ରଦାନ କରିବ। ଟ୍ଵିଟର ବ୍ଲୁ ସବ୍ସକ୍ରାଇବର ଏକ ଟ୍ରାନ୍ସପେରେନ୍ସି ଫିଚର ମାଧ୍ୟମରେ ନିଜ ପଠନ ଅଭ୍ୟାସର ପ୍ରଭାବ ଦେଖି ପାରିବେ ଯେ ସେମାନେ ଭିଜିଟ୍‌ କରିଥିବା ନ୍ୟୁଜ୍‌ ସାଇଟ୍‌କୁ କେତେ ପଇସା ଯାଇଛି।

ଟ୍ଵିଟର ମଙ୍ଗଳବାର ଟ୍ଵିଟର ବ୍ଲୁ ୟୁଜର୍ସଙ୍କ ପାଇଁ ଦୁଇଟି ନୂଆ ଫିଚର ବି ଲଞ୍ଚ୍‌ କରିଛି, ଯେଉଁଥିରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିବାର କ୍ଷମତା ସାମିଲ ଅଛି। ଏହି ମାନକ ଟ୍ଵିଟର ଉପଯୋଗକର୍ତ୍ତାଙ୍କ ପାଇଁ ଉପଲବ୍ଧ ୨ ମିନିଟ୍‌ ଏବଂ ୨୦ ସେକେଣ୍ଡ ସୀମାଠାରୁ ଅଧିକ ରହିଛି। ଏହା ବ୍ୟତୀତ ଟ୍ଵିଟର ବ୍ଲୁ ୟୁଜର୍ସ ନିଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ DM କନ୍‌ଭର୍ସେଶନକୁ ନିଜ ଇନବକ୍ସ୍‍ର ଟପ୍‌ରେ ପିନ୍‌ କରିବାକୁ ସକ୍ଷମ ହେବେ, ଯଦ୍ଦ୍ଵାରା ସେମାନଙ୍କୁ ଖୋଜିବାରେ ସହଜ ହେବ। ତେବେ କମ୍ପାନୀ ଏହା ସେୟାର କରିବାକୁ ମନା କରି ଦେଇଛି କି, ଜୁନ୍‌ରେ କାନାଡା ଓ ଅଷ୍ଟ୍ରେଲିଆ ୟୁଜରଙ୍କ ପାଇଁ ସେବା ଆରମ୍ଭ ହେବା ପରଠାରୁ କେତେ ୟୁଜର୍ସ ଟ୍ଵିଟର ବ୍ଲୁର ସଦସ୍ୟତା ଗ୍ରହଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.