Below header

ଟ୍ଵିଟର ୟୁଜର୍ସଙ୍କୁ ବଡ଼ ଝଟକା ଦେଲେ ଏଲନ ମସ୍କ, ଏବେ ବ୍ୟବହାରକାରୀଙ୍କୁ ଦେବାକୁ ହେବ ପଇସା

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ ଲଗାତର ଚର୍ଚ୍ଚାରେ ରହୁଛନ୍ତି ।ଏହାମଧ୍ୟରେ ଏଲନ ମସ୍କ ଏବେ ଟ୍ଵିଟ୍‌ କରି ଯାହା କରିଛନ୍ତି, ତାହା ଜାଣିବା ପରେ ଟ୍ଵିଟର ୟୁଜର୍ସ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଆଗାମୀ ଦିନରେ ଟ୍ୱିଟର ବ୍ୟବହାର ପାଇଁ ଟଙ୍କା ଦେବାକୁ ପଡିବ ବୋଲି ସେ ଇଶାରା ଦେଇଛନ୍ତି । ତେବେ କାଜୁଆଲ ବା ସାଧାରଣ ୟୁଜର୍ସଙ୍କ ପାଇଁ ଏହା ଫ୍ରି ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏଲନ୍ ଟ୍ୱିଟ୍ କରି କହିଛନ୍ତି ଯେ, ସାଧାରଣ ୟୁଜରଙ୍କ ପାଇଁ ଟ୍ୱିଟର ସର୍ବଦା ଫ୍ରି ରହିବ । କିନ୍ତୁ ସରକାରୀ କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ହେବ । ଏଲନ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣିବା ପରେ କମ୍ପାନୀରେ ବଡ ଧରଣରୁ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ସେ କମ୍ପାନୀ ସିଇଓ ପରାଗ ଅଗ୍ରଓ୍ୱାଲ ଓ ପଲିସି ମୁଖ୍ୟ ବିଜୟା ଗାଡେଙ୍କୁ ବାହାର କରିପାରନ୍ତି ।

ଟ୍ଵିଟର ନିଜ ୟୁଜର୍ସଙ୍କୁ ନିଜ ଟ୍ଵିଟ୍‌ରେ ଭୁଲ୍‌କୁ ଠିକ୍‌ କରିବାରେ ସାହାଯ୍ୟ କରିବା ପାଇଁ ଏଡିଟ୍‌ ବଟନ ଦେବାକୁ ଯୋଜନା ମଧ୍ୟ କରୁଛି। ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ନୂଆ ବସ୍‌ ଏଲନ ମସ୍କ ଖୁବଶୀଘ୍ର ଏହି ଏଡିଟ୍‌ ବଟନ ଦେବାକୁ ଚେଷ୍ଟା କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.