୭୨ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍ କଲା WhatsApp, ଏହି ଭୁଲ କଲେ ଆପଣଙ୍କ ଆକାଉଣ୍ଟ ବି ହୋଇଯିବ ବ୍ୟାନ୍
ମେଟା ଜୁଲାଇ ମାସ ପାଇଁ WhatsAppର ସେଫଟି ରିପୋର୍ଟ ଜାରି କରିଛି । ଯେଉଁଥିରେ କମ୍ପାନୀ ଜୁଲାଇ ମାସରେ ୭୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ପ୍ଲାଟଫର୍ମରୁ ବ୍ୟାନ୍ କରିଛି । କମ୍ପାନୀ କହିଛି ଯେ ଜୁଲାଇ ୧ ରୁ ୩୧ ମଧ୍ୟରେ ଏହା ୭୨,୨୮,୦୦୦ WhatsApp ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ।

ସୋସିଆଲ ମିଡିଆ କମ୍ପାନୀଗୁଡିକ ଆଇଟି ନିୟମ ୨୦୨୧ ଅନୁଯାୟୀ ପ୍ରତି ମାସରେ ମାସିକ ୟୁଜର ସେଫ୍ଟି ରିପୋର୍ଟ ପ୍ରଦାନ କରିଥାନ୍ତି । ମେଟା ଜୁଲାଇ ମାସ ପାଇଁ WhatsAppର ସେଫଟି ରିପୋର୍ଟ ଜାରି କରିଛି । ଯେଉଁଥିରେ କମ୍ପାନୀ ଜୁଲାଇ ମାସରେ ୭୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ପ୍ଲାଟଫର୍ମରୁ ବ୍ୟାନ୍ କରିଛି । କମ୍ପାନୀ କହିଛି ଯେ ଜୁଲାଇ ୧ ରୁ ୩୧ ମଧ୍ୟରେ ଏହା ୭୨,୨୮,୦୦୦ WhatsApp ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ଅନ୍ୟପଟେ କୌଣସି ଅଭିଯୋଗ ବିନା ୩୧,୦୮,୦୦୦ ଆକାଉଣ୍ଟକୁ ପୂର୍ବରୁ ହିଁ ବ୍ୟାନ୍ କରାଯାଇଛି । ଏହି ଆକାଉଣ୍ଟ ଗୁଡ଼ିକୁ କମ୍ପାନୀ ନିଜେ ମନିଟରିଙ୍ଗ କରିବା ପରେ ବ୍ୟାନ୍ କରିଛି ।
ଭାରତରେ WhatsAppର ୫୫୦ ମିଲିୟନରୁ ଅଧିକ ଆକ୍ଟିଭ ୟୁଜର ଅଛନ୍ତି। ଜୁଲାଇ ମାସରେ କମ୍ପାନୀ ଏକ ରେକର୍ଡ ଜାରି କରିଥିଲା ଯେଉଁଥିରେ ୧୧,୦୬୭ ଅଭିଯୋଗ ଥିଲା । ଯେଉଁଥିରୁ କମ୍ପାନୀ ୭୨ ଲକ୍ଷ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । “ଆକାଉଣ୍ଟ୍ ଆକ୍ସନଡ୍” ସେହି ରିପୋର୍ଟକୁ ବୁଝାଇ ଥାଏ ଯେଉଁଠାରେ କମ୍ପାନୀ ରିପୋର୍ଟ ଉପରେ ଆଧାର କରି କୌଣସି ଏକ ଆକାଉଣ୍ଟକୁ ବ୍ୟାନ୍ କରିପାରେ । WhatsApp ଅନୁଯାୟୀ, ୟୁଜର ସେଫ୍ଟି ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀକୁ କେତେ ଅଭିଯୋଗ ଆସିଛି ଏବଂ ପ୍ଲାଟଫର୍ମକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ କ’ଣ ପଦକ୍ଷେପ ନେଇଛି ।
ଏହା ବ୍ୟତୀତ WhatsApp କହିଛି ଯେ ଜୁଲାଇ ୧ ରୁ ଜୁଲାଇ ୩୧ ମଧ୍ୟରେ ଅଭିଯୋଗ ଆପିଲ୍ କମିଟିରୁ ମିଳିଥିବା ନିର୍ଦ୍ଦେଶ ପାଞ୍ଚଟି ଥିଲା ଏବଂ ପାଳନ କରାଯାଇଥିବା ନିର୍ଦ୍ଦେଶ ମଧ୍ୟ ପାଞ୍ଚଟି ଥିଲା । ମେଟା ଏହା ମଧ୍ୟ କହିଛି ଯେ WhatsApp ବ୍ୟତୀତ ଏହା ଜୁଲାଇ ୨୦୨୩ରେ ଫେସବୁକରେ ୨୧ ମିଲିୟନ ଖରାପ କଣ୍ଟେଟ ଉପରେ ବ୍ୟାନ୍ ଲଗାଇଛି । ସେହିପରି ଜୁଲାଇ ୨୦୨୩ରେ, ଇନଷ୍ଟାଗ୍ରାମରୁ ୫.୯ ମିଲିୟନ ଖରାପ କଣ୍ଟେଟକୁ ଡିଲିଟ କରାଯାଇଥିଲା ।
WhatsApp ସେହି ଆକାଉଣ୍ଟଗୁଡିକୁ ବ୍ୟାନ କରେ ଯାହା କମ୍ପାନୀର ନିୟମ ବିରୁଦ୍ଧରେ ଯାଇ ପ୍ଲାଟଫର୍ମରେ ଆକ୍ଟିଭ ଥାଏ । ଯଦି ଆପଣ ନିଜ WhatsAppରେ ଅଶ୍ଳୀଳ, ବେଆଇନ, ମାନହାନି, ଧମକ, ଘୃଣା କିମ୍ବା ଅନ୍ୟାନ୍ୟ କଣ୍ଟେଟକୁ ବ୍ୟବହାର କରୁଛନ୍ତି ତେବେ କମ୍ପାନୀ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରିପାରିବ । ଯଦି ଆପଣ ଚାହୁଁନାହାନ୍ତି ଯେ ଆପଣଙ୍କର ଆକାଉଣ୍ଟ ବ୍ୟାନ୍ କରାଯାଉ, ତେବେ ଆପଣ କମ୍ପାନୀର ନିୟମ ଅନୁଯାୟୀ ଆକାଉଣ୍ଟ ବ୍ୟବହାର କରନ୍ତୁ ।