ପାରିବାରିକ କଳହ ଯୋଗୁଁ ୩ ନାବାଳିକା ଝିଅର ତଣ୍ଟି କାଟିଲା ବାପା, ଶେଷରେ ନିଜେ କଲା ଆତ୍ମହତ୍ୟା

ନାବାଳିକା ଝିଅଙ୍କ ତଣ୍ଟି କାଟିଲା ବାପା । ୩ ଝିଅଙ୍କ ତଣ୍ଟି କାଟି ମାରିବାକୁ ଉଦ୍ୟମ କରୁଥିବା ବେଳେ ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି । କେରଳର କୋଟ୍ଟାୟମ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ବୈବାହିକ କଳହର କରୁଣ ପରିଣତି । ନିଜ ୩ ଝିଅଙ୍କ ଗଳା କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି । କେରଳର କୋଟ୍ଟାୟମ ଜିଲ୍ଲା ପାଲାରେ ଘଟିଛି ଏମିତି ଘଟଣା । ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅଙ୍କ ତଣ୍ଟି କାଟି ନିଜେ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।

ରାମାପୁରମ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, ଚେଟ୍ଟୁକୁଲମ କଲୋନୀ ନିବାସୀ ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅ ଶୋଇବା ପରେ ତାଙ୍କ ଉପରେ ଆକ୍ରମଣ କରି ତଣ୍ଟି କାଟିଦେଇଥିଲା । ସେମାନେ କୌଣସି ମତେ ଖସି ପଡୋଶୀ ଘରକୁ ଚାଲିଯାଇଥିଲେ । ଆଉ ନିଜ ସଂପର୍କୀୟଙ୍କୁ ଖବର ଦେଇଥିଲେ । ସଂପର୍କୀୟ ଆସି ଦେଖିବା ବେଳକୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିନେଇଥିଲେ ।

ବୈବାହିକ କଳହ ଯୋଗୁଁ ପତ୍ନୀ ଛାଡି ଚାଲିଯିବା ପରେ ବ୍ୟକ୍ତି ଜଣକ ୩ ଝିଅକୁ ଧରି ରହୁଥିଲେ । ଦିନକୁ ଦିନ ଝଗଡା ବଢିଚାଲିଥିବାରୁ ୩ ଝିଅଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ୧୩ ଏବଂ ୧୦ ବର୍ଷ ଝିଅ ଏବେ ବିପଦମୁକ୍ତ ରହିଥିବା ବେଳେ ୭ ବର୍ଷର ତୃତୀୟ ଝିଅ ଚିକିତ୍ସାଧୀନ ରହିଛି ।

ପୋଲିସ ଏହି ମାମଲାରେ ଆଇପିସି ଧାରା ୩୦୭, ୩୨୪, ୭୭ ଅଧିନରେ ମାମଲା ରୁଜୁ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.