ହ୍ଵାଟସ୍‌ ଆପ୍‌ ଆଣୁଛି ନୂଆ ଫିଚର, ଷ୍ଟାଟସ୍‌ ଦେଖିବେ ସମସ୍ତ ୟୁଜର

ହ୍ଵାଟ୍ସଆପ ପୁଣି ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯାହା ପରେ ଆପଣ ନିଜ ଷ୍ଟାଟସ୍‌ ଚେଞ୍ଜ କରିବା ମାତ୍ରେ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କୁ ଏକ ନୋଟିଫିକେସନ୍‌ ପହଞ୍ଚିବ । ତେବେ ଏହି ଫିଚର ବିଷୟରେ ଆସନ୍ତୁ ଜାଣିବା ।

ହ୍ଵାଟସ୍ ଆପ୍ ପ୍ରତି ମାସରେ କିଛି ନୂଆ ଫିଚର ରୋଲଆଉଟ କରିଥାଏ ଏବଂ ଏହି ଫିଚରକୁ ନେଇ ଆଲୋଚନା ମଧ୍ୟ ହୁଏ । ୟୁଜରମାନେ ଏହି ଫିଚର ବିଷୟରେ ଅଳ୍ପ ବହୁତ ଜାଣିବା କ୍ଷଣି ହିଁ ପୁଣି ହ୍ଵାଟ୍ସଆପ୍ ଆଉ ଏକ ନୂଆ ଫିଚର ରୋଲଆଉଟ୍‌ କରେ ଏବଂ ଲୋକମାନେ ଫୁଣି ନୂଆ ଫିଚର ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି ।

ତେବେ ହ୍ଵାଟ୍ସଆପ ପୁଣି ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯାହା ପରେ ଆପଣ ନିଜ ଷ୍ଟାଟସ୍‌ ଚେଞ୍ଜ କରିବା ମାତ୍ରେ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କୁ ଏକ ନୋଟିଫିକେସନ୍‌ ପହଞ୍ଚିବ । ତେବେ ଏହି ଫିଚର ବିଷୟରେ ଆସନ୍ତୁ ଜାଣିବା ।
ହ୍ଵାଟସ୍ ଆପରେ ୨୦୦ କୋଟିରୁ ଅଧିକ ୟୁଜର ଅଛନ୍ତି। ଏହି ପ୍ଲାଟଫର୍ମ ଦ୍ୱାରା ଲୋକମାନେ ପରସ୍ପରକୁ ଭିଡିଓ, ଅଡିଓ, ଫଟୋ, ଡକ୍ୟୁମେଣ୍ଟ ଏବଂ ମେସେଜ୍‌ ପଠାନ୍ତି । ଯାହା ପଠାଇବା ପାଇଁ କେବଳ କିଛି କ୍ଷଣ ନେଇଥାଏ । କିଛି ଦିନ ପୂର୍ବରୁ ହ୍ଵାଟସ୍‌ ଆପ୍ ଷ୍ଟାଟସ୍‌ ପାଇଁ ଏକ ନୂଆ ଫିଚର ରୋଲଆଉଟ୍‌ କରିଥିଲା ଯେଉଁଥିରେ ୟୁଜରମାନେ ଷ୍ଟାଟସ୍‌ ରଖିବା ସହିତ କଣ୍ଟାକ୍ଟକୁ ବି ଯୋଡ଼ିପାରୁଛନ୍ତି । ଏହି ଫଚର ଲଞ୍ଚ ହେବାର ମାତ୍ର କିଛି ଦିନ ହୋଇଛି । କିନ୍ତୁ ବର୍ତ୍ତମାନ କମ୍ପାନୀ ୟୁଜରମାନଙ୍କ ଷ୍ଟାଟସ୍‌ ସହିତ ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି ।

ହ୍ଵାଟସ୍ ଆପର ଏହି ନୂଆ ଫିଚର ରୋଲ ଆଉଟ୍ ହେବା ପରେ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ସମସ୍ତ ୟୁଜର ଆପଣଙ୍କ ଷ୍ଟାଟସ୍‌ ଦେଖିବେ । କାରଣ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ୟୁଜରଙ୍କୁ ହ୍ଵାଟସ୍‌ ଆପ୍‌ ଏକ ନୋଟିଫିକେସନ୍‌ ପଠାଇବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.