Below header

WhatsAppରେ ଆସିଲା ଆଉ ଏକ ନୂଆ ଟ୍ରିକ୍‌, ଏବେ ଫୋନ୍‌ରେ ଥିବା ଭିଡିଓରୁ ବି ତିଆରି କରିପାରିବେ GIF; ଜାଣନ୍ତୁ କେମିତି

ବର୍ତ୍ତମାନ ଲୋକମାନେ ଅଧିକ ସମୟ ମୋବାଇଲରେ ବିତାଉଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ହ୍ଵାଟ୍ସ ଆପ୍‌ରେ ଲୋକମାନେ ଅଧିକ ଆକ୍ଟିଭ୍‌ ରହୁଛନ୍ତି। ଏଣୁ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ଏହି ଆପ୍‌ ମଧ୍ୟ ନୂଆ ନୂଆ ଫିଚର ଆଣୁଛି। ପୂର୍ବରୁ ହ୍ଵାଟ୍ସ ଆପ୍‌ରେ ଷ୍ଟିକର, ଜିଆଇଏଫ୍‌ ଏବଂ ଇମୋଜି ପଠାଇବା ସୁବିଧା ଉପଲବ୍ଧ ହୋଇଥିବା ବେଳେ ଏବେ ଏଥିରେ ଆଉ ଏକ ସୁବିଧା ଯୋଡ଼ି ହୋଇଛି। ଏବେ ଆପଣ ହ୍ଵାଟ୍ସଆପ୍‌ରେ ନିଜେ ତିଆରି କରିଥିବା ଜିଆଇଏଫ୍‌ ମଧ୍ୟ ପଠାଇପାରିବେ। ଏଥିପାଇଁ କୌଣସି ଆପ୍‌ ଡାଉନଲୋଡ୍‌ କରିବାକୁ ପଡ଼ିବ ନାହିଁ। କେବଳ ହ୍ଵାଟ୍ସ ଆପ୍‌ର କେତେକ ସେଟିଂକୁ ପରିବର୍ତ୍ତନ କରି ଆପଣ ଭିଡିଓକୁ ଜିଆଇଏଫ୍‌ରେ ପରିବର୍ତ୍ତିତ କରିପାରିବେ। ଆସନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

whatsapp

  • ପ୍ରଥମେ ହ୍ଵାଟ୍ସଆପ୍‌ରେ ଯାଇ ସେହି ଚାଟ୍‌କୁ ଓପନ କରନ୍ତୁ, ଯାହାଙ୍କୁ ଜିଆଇଏଫ୍‌ ପଠାଇବାକୁ ଚାହୁଁଛନ୍ତି।
  • ବର୍ତ୍ତମାନ ଚାଟ୍‌ ବକ୍ସରେ ‘Attachment’ ଆଇକନ୍‌ ଉପରେ ଟ୍ୟାପ୍‌ କରନ୍ତୁ। ଏବେ ନିଜ Gallery ରୁ GIF କରିବାକୁ ଚାହୁଁଥିବା ଭିଡିଓକୁ ଚୟନ କରନ୍ତୁ।
  • ଏବେ ଭିଡିଓକୁ ଟ୍ରିମ୍‌, ଟେକ୍ସ ଆଡ୍‌ ଏବଂ ଇମୋଜିଜ୍‌ ଲଗାଇବା ଅପ୍ସନ୍‌ ଆସିବ।
  • ଏଥିରେ ଆପଣଙ୍କୁ ସେହି ଅଂଶକୁ ସିଲେକ୍ଟ କରିବାକୁ ପଡ଼ିବ ଯାହାର ଜିଆଏଫ୍‌ ତିଆରି କରିବାକୁ ଚାହୁଁଛନ୍ତି। ସିଲେକ୍ଟ କରିବା ପରେ ତା’ ତଳେ ଗୋଟିଏ ପଟେ ଭିଡିଓର ସାଇନ୍‌ ଓ ଅନ୍ୟପଟେ ଜିଆଇଏଫ୍‌ ଲେଖାଥିବ।

gif

  • ସେଥିମଧ୍ୟରୁ ଜିଆଇଏଫ୍‌କୁ ସିଲେକ୍ଟ କରନ୍ତୁ।
  • ଏବେ Send ଆଇକନ ଉପରେ କ୍ଲିକ୍‌ କଲେ GIF ସେୟାର ହୋଇଯିବ।
  • ଭିଡିଓ କରିବା ବେଳେ କମ୍‌ ଟାଇମ୍‌ ଫ୍ରେମ୍‌ ନେବାକୁ ଚେଷ୍ଟା କରନ୍ତୁ। କମ୍‌ ସମୟ ନେଲେ ଏହା ଜିଆଇଏଫ୍‌ ଭଳି ଲାଗିବ।
  • ଏଥିରେ ୟୁଜର ଚାହିଁଲେ ଇମୋଜି ମଧ୍ୟ ଆଡ୍‌ କରିପାରିବେ।
  • ଏଥିରେ ଟେକ୍ସଟ୍‌, ଟୁଲରୁ ମଧ୍ୟ ଜିଆଇଏଫ୍‌ ତିଆରି କରିପାରିବା ଅପସନ୍‌ ରହିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.