ଭୁଲରେ କରନ୍ତୁ ନାହିଁ ଏହି ୫ଟି କାମ, ନଚେତ ଫାଟିଯିବ ଆପଣଙ୍କ ସ୍ମାର୍ଟଫୋନ

କେବଳ ସ୍ମାର୍ଟଫୋନରୁ ବ୍ୟାଟେରୀ ନଷ୍ଟ ହେଉଛି ତାହା ନୁହେଁ ବରଂ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଛି । ଆପଣଙ୍କର କିଛି ଖରାପ ଅଭ୍ୟାସ ଯୋଗୁଁ ବ୍ୟାଟେରୀ ନଷ୍ଟ ହେବାର ସମ୍ଭାବନା ରହୁଛି । ଏପରିକି ଫୋନର ବ୍ୟାଟେରୀ ମଧ୍ୟ ବ୍ଲାଷ୍ଟ ହେବାର ସମ୍ଭାବନା ମଧ୍ୟ ଥାଏ ।

ଆଜିକାଲି ଲୋକମାନେ ନିଜ ସ୍ମାର୍ଟଫୋନକୁ ଅଧିକ ଭଲ ପାଉଛନ୍ତି । ସକାଳୁ ଉଠିବା ପର ଠାରୁ ଶୋଇବା ପର୍ଯ୍ୟନ୍ତ ସ୍ମାର୍ଟଫୋନ ଲୋକଙ୍କ ବଞ୍ଚିବାର ମାଧ୍ୟମ ହୋଇଯାଇଛି । ତେବେ ଲଗାତାର ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ଏହାର ବ୍ୟାଟେରୀ ନଷ୍ଟ ହେବାର ସମ୍ଭାବନା ରହିଛି । କେବଳ ସ୍ମାର୍ଟଫୋନରୁ ବ୍ୟାଟେରୀ ନଷ୍ଟ ହେଉଛି ତାହା ନୁହେଁ ବରଂ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଛି । ଆପଣଙ୍କର କିଛି ଖରାପ ଅଭ୍ୟାସ ଯୋଗୁଁ ବ୍ୟାଟେରୀ ନଷ୍ଟ ହେବାର ସମ୍ଭାବନା ରହୁଛି । ଏପରିକି ଫୋନର ବ୍ୟାଟେରୀ ମଧ୍ୟ ବ୍ଲାଷ୍ଟ ହେବାର ସମ୍ଭାବନା ମଧ୍ୟ ଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖରାପ ଅଭ୍ୟାସ ଯୋଗୁଁ ଆପଣଙ୍କ ସ୍ମାର୍ଟଫୋନ୍ ବ୍ୟାଟେରୀ ଖରାପ ହୋଇଥାଏ ।

ଅଧିକ ଚାର୍ଜ କରିବା :
ଦୀର୍ଘ ସମୟ ଧରି ଫୋନ୍ ଚାର୍ଜ କରିବା ଦ୍ୱାରା ଏହାର ବ୍ୟାଟେରୀ ଉପରେ ପ୍ରେସର ପଡ଼ିଥାଏ । ତେଣୁ ଆପଣଙ୍କ ଫୋନ ଚାର୍ଜ ହେବା ପରେ ଚାର୍ଜର ବାହାର କରିବାକୁ ଭୁଲନ୍ତୁ ନାହିଁ । ବ୍ୟାଟେରୀକୁ ୧୦୦ ପ୍ରତିଶତ ଚାର୍ଜ କରିବା ବଦଳରେ ୯୫ ପ୍ରତିଶତ ଚାର୍ଜ କରିବାକୁ ଏକ୍ସପର୍ଟମାନେ ପରାମର୍ଶ ଦେଇଛନ୍ତି । ଏଥି ସହିତ ବାରମ୍ବାର ବ୍ୟାଟେରୀ ଚାର୍ଜ କରିବାଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

ବ୍ୟାଟେରୀ ଅଧିକ ଗରମ ସ୍ଥାନରେ ରଖିବା :
ବ୍ୟାଟେରୀକୁ ଅତ୍ୟଧିକ ଗରମ ସ୍ଥାନରେ ରଖିଲେ ଏହାର ପ୍ରେସର ବଢ଼ିପାରେ ଏବଂ ଏହା ଖରାପ ହେବାର ସମ୍ଭାବନା ଦେଖାଯାଏ । ଏହା ଏତେ ବିପଜ୍ଜନକ ହୋଇଥାଏ ଯେ ବ୍ୟାଟେରୀରେ ନିଆଁ ମଧ୍ୟ ଲାଗିପାରେ । ଫାଷ୍ଟ ଚାର୍ଜିଂ ସମୟରେ ବ୍ୟାଟେରୀ ଅତ୍ୟଧିକ ଗରମ ହୋଇଯାଏ, ଯାହା ଫୋନକୁ ଖରାପ କରିପାରେ ।

ହାଇ ୱାଟ ଚାର୍ଜର ବ୍ୟବହାର :
ଫୋନ୍ କୁ ଶୀଘ୍ର ଚାର୍ଜ କରିବାକୁ ଅନେକ ଲୋକ ପ୍ରାୟତଃ ହାଇ ଭୋଲ୍ଟର ଚାର୍ଜର ବ୍ୟବହାର କରିବାକୁ ଚିନ୍ତା କରନ୍ତି । କିନ୍ତୁ ଏହା ମଧ୍ୟ ବିପଜ୍ଜନକ ହୋଇପାରେ । ଏହା ଦ୍ୱାରା ବ୍ୟାଟେରୀ ଉପରେ ପ୍ରଭାବ ପଡ଼ିପାରେ ଏବଂ କ୍ଷତି ଘଟିପାରେ । ତେଣୁ ନିର୍ଦ୍ଦିଷ୍ଟ ଫୋନ୍ ପାଇଁ ଡିଜାଇନ୍ ହୋଇଥିବା ନିର୍ଦ୍ଦିଷ୍ଟ ଚାର୍ଜର ହିଁ ବ୍ୟବହାର କରନ୍ତୁ ।

ବ୍ୟାଟେରୀ ଶେଷ ହେବା ଯାଏଁ ବ୍ୟବହାର କରିବା :
ବ୍ୟାଟେରୀ ଶେଷ ହେବା ଯାଏଁ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇପାରେ । ଆପଣ ବ୍ୟାଟେରୀକୁ ୨୦-୮୦% ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ।

ଅଧିକ ଆପ୍ ବ୍ୟବହାର କରିବା :
ଅଧିକ ଆପ୍ ଚଲାଇବା ଦ୍ୱାରା ବ୍ୟାଟେରୀ ଶୀଘ୍ର ଶେଷ ହୋଇଥାଏ । ଆପ୍ସର ଅତ୍ୟଧିକ ବ୍ୟବହାର ସ୍ମାର୍ଟଫୋନର ବ୍ୟାଟେରୀକୁ ଖରାପ କରିଥାଏ । ଏପରି ପରିସ୍ଥିତିରେ ଯଦି ଆବଶ୍ୟକ ନହୁଏ ତେବେ ଆପଣ ବ୍ୟାକଗ୍ରାଉଣ୍ଡ ଆପ୍ସକୁ ବନ୍ଦ ରଖନ୍ତୁ ।

ଅଧିକ ବ୍ରାଇଟନେସ ରଖିବା :
ଫୋନର ବ୍ରାଇଟନେସ ବଢ଼ାଇବା ଦ୍ୱାରା ଏହାର ବ୍ୟାଟେରୀ ଶୀଘ୍ର ଶେଷ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ଫୋନକୁ ଅଟୋ ବ୍ରାଇଟନେସ୍‌ ମୋଡରେ ବ୍ୟବହାର କରିପାରିବେ ।

ବ୍ୟାଟେରୀ ସେଭର୍ ଆପ୍ :
ଅନେକ ଥର ବ୍ୟାଟେରୀ ସେଭର୍ ଆପ୍ ଫୋନର ବ୍ୟାଟେରୀ ବ୍ୟବହାରକୁ ବଢ଼ାଇଥାଏ । ଏହି ଆପଗୁଡ଼ିକ ଲଗାତାର ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ ଯାହା ଆବଶ୍ୟକ ନଥିଲେ ମଧ୍ୟ ବ୍ୟାଟେରୀ ଖର୍ଚ୍ଚ କରିଥାଏ ।

ଫୋନକୁ ବରଫରେ ରଖିବା :
ଯେତେବେଳେ ଫୋନ୍ ଅତ୍ୟଧିକ ଗରମ ହୁଏ ଅନେକ ଲୋକ ଏହାକୁ ବରଫରେ କିମ୍ବା ଫ୍ରିଜରେ ରଖିବା ପାଇଁ ଚିନ୍ତା କରନ୍ତି । କିନ୍ତୁ ଏହା ଫୋନର ବ୍ୟାଟେରୀକୁ କ୍ଷତି ପହଞ୍ଚାଇପାରେ ।
ଏଭଳି କରିବା ଦ୍ୱାରା ଆପଣଙ୍କ ଫୋନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଆପଣ ନିଜ ଫୋନର ବ୍ୟବହାରକୁ ସୀମିତ ରଖିବା ଉଚିତ ନଚେତ ଆପଣଙ୍କ ଫୋନ ମଧ୍ୟ ବ୍ଲାଷ୍ଟ ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.