ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ‘ଶ୍ରେଷ୍ଠ ଫିଲ୍ଡର ପୁରସ୍କାର’, ଗ୍ରାଉଣ୍ଡ୍‌ସମ୍ୟାନଙ୍କ ସହ ଖୁସି ନଜର ଆସିଲେ SKY

ସୂର୍ଯ୍ୟକୁମାର ଯାଦବଙ୍କୁ ଡ୍ରେସିଂ ରୁମ୍ ଆଓ୍ଵାର୍ଡରେ 'ଶ୍ରେଷ୍ଠ ଫିଲ୍ଡର ପୁରସ୍କାର' ପ୍ରଦାନ କରାଯାଇଛି। ବିସିସିଆଇ ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଭିଡିଓ ସେୟାର କରିଛି। ଏହି ଭିଡିଓରେ ଦେଖାଯାଉଛି କି, ସୂର୍ଯ୍ୟକୁମାର ଯାଦବ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର ପାଇବା ପରେ ଗ୍ରାଉଣ୍ଡସ୍‌ମ୍ୟାନ୍‌ଙ୍କ ସହ ଫଟୋ ଉଠାଉଛନ୍ତି। ଏହି ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମର ଗ୍ରାଉଣ୍ଡସ୍‌ମ୍ୟାନ୍‌ମାନେ ବହୁତ ଖୁସି ନଜର ଆସୁଛନ୍ତି।

ବିଶ୍ୱକପର ଶେଷ ଲିଗ୍ ମ୍ୟାଚ୍ ରବିବାର ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଏବଂ ନେଦରଲାଣ୍ଡ ଟିମ୍‌ ମୁହାଁମୁହିଁ ହୋଇଥିଲେ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ନେଦରଲାଣ୍ଡକୁ ପରାସ୍ତ କରିଛି। ଡଚ୍ ଟିମ୍‌କୁ ୧୬୦ ରନ୍ ବ୍ୟବଧାନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

ଭାରତ ପାଇଁ ଶ୍ରେୟସ୍ ଅୟର ଓ କେ.ଏଲ୍. ରାହୁଲ ବଢ଼ିଆ ଶତକ ହାସଲ କରିଥିଲେ। ଏହି ଶତକୀୟ ଇନିଂସ ପାଇଁ ଶ୍ରେୟସ୍ ଅୟରଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ପ୍ରଦାନ କରାଯାଇଥିଲା, କିନ୍ତୁ ଜାଣନ୍ତି କି, କେଉଁ ଖେଳାଳିଙ୍କୁ ଦିଆଯାଇଛି ଶ୍ରେଷ୍ଠ ଫିଲ୍ଡର ପୁରସ୍କାର?

ସୂର୍ଯ୍ୟକୁମାର ଯାଦବଙ୍କୁ ଡ୍ରେସିଂ ରୁମ୍ ଆଓ୍ଵାର୍ଡରେ ‘ଶ୍ରେଷ୍ଠ ଫିଲ୍ଡର ପୁରସ୍କାର’ ପ୍ରଦାନ କରାଯାଇଛି। ବିସିସିଆଇ ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଭିଡିଓ ସେୟାର କରିଛି। ଏହି ଭିଡିଓରେ ଦେଖା ଯାଉଛି କି, ସୂର୍ଯ୍ୟକୁମାର ଯାଦବ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର ପାଇବା ପରେ ଗ୍ରାଉଣ୍ଡସ୍‌ମ୍ୟାନ୍‌ଙ୍କ ସହ ଫଟୋ ଉଠାଉଛନ୍ତି। ଏହି ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମର ଗ୍ରାଉଣ୍ଡସ୍‌ମ୍ୟାନ୍‌ମାନେ ବହୁତ ଖୁସି ନଜର ଆସୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

କହି ରଖୁଛୁ, ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ନଭେମ୍ବର ୧୫ରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

Leave A Reply

Your email address will not be published.