ପୁଣି ୧୯’ରେ ଦେଖିବାକୁ ମିଳିବ ୨୦୦୯ର ଝଲକ, ବେଦପ୍ରକାଶଙ୍କ ବିରୋଧରେ ମୈଦାନରେ ବିଜେପି ଭେଟେରାନ୍ ବିଜୟ ମହାପାତ୍ର

କେନ୍ଦ୍ରାପଡା : ସରିଲା ବିଜେଡିର ପାଟକୁରା ସସପେନ୍ସ । ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡି ତାଙ୍କୁ ପ୍ରାର୍ଥୀ କରିବା ପାଇଁ ପୂର୍ବରୁ ଘୋଷଣା କରି ସାରିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ନାମାଙ୍କନ ଦାଖଲ କରି ନଥିଲେ। ତେଣୁ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିଲା। ଆଜି ଚର୍ଚ୍ଚାର ଅବସାନ ହୋଇଛି।
ପାଟକୁରାରେ ବେଦପ୍ରକାଶଙ୍କ ସହ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମୁକାବିଲା ହେବ। ୨୦୦୯ ବିଧାନସଭାରେ ମଧ୍ୟ ବିଜେୟ-ବେଦ୍ ପ୍ରକାଶ ମୁକାବିଲା ହୋଇଥିଲା। ପ୍ରାୟ ୨୬ ହଜାର ଭୋଟରେ ଜିତିଥିଲେ ବେଦ୍ ପ୍ରକାଶ। ବେଦ୍ପ୍ରକାଶଙ୍କୁ ମିଳିଥିଲା ୭୧ ହଜାର ୭୨୫ ଓ ବିଜୟଙ୍କୁ ମିଳିଥିଲା ୪୪ ହଜାର ୯୯୦ ଭୋଟ୍। ୨୦୦୯ ପରାଜୟ ପରେ, ବିଜୟ ୨୦୧୪ରେ ମହାକାଳପଡା ଚାଲିଗଲେ। ସେଠାରେ ମଧ୍ୟ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ ହାରିଥିଲେ। ଅତନୁ ୮୧ ହଜାର ୫୦ ଭୋଟ୍ ପାଇଥିଲେ ବିଜୟଙ୍କୁ ମିଳିଥିଲା ୫୭ ହଜାର ୮୦୪ ଖଣ୍ଡ ଭୋଟ୍। ଅର୍ଥାତ ୨୪ ହଜାର ଭୋଟ୍ରେ ହାରିଥିଲେ ବିଜୟ। ଏବେ ବିଜୟ ପୁଣି ବେଦ୍ପ୍ରକାଶଙ୍କ ସହ ମୁକାବିଲା କରିବେ। ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ଜୟନ୍ତ ମହାନ୍ତି।
ପାଟକୁରା ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ହୋଇ ସାରିଛି। ଏଠାରେ ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିବା ବିଜେଡିର ବେଦ ପ୍ରକାଶ ଅଗ୍ରୱାଲ ପୁଣି ଥିରେ ୧୯ ବାଜି ମାରିବାକୁ ମୈଦାନକୁ ଓହ୍ଲାଇଛନ୍ତି।