ଦଳକୁ ହାରୁଥିବାର ଦେଖି କଂଗ୍ରେସ ଜିଲ୍ଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ, ମତଗଣନା କେନ୍ଦ୍ରରେ ହିଁ ପଡିଗଲେ ତଳେ

ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସକୁ ବଡ ଝଟକା ଲାଗିଛି। ଦଳ ପାଇଁ ମଧ୍ୟପ୍ରଦେଶରୁ ଖରାପ ଖବର ରହିଛି। ସିହୋରରେ ଏକ ମତଗଣନା କେନ୍ଦ୍ରରେ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କର ହୃଦଘାତ ହେଲା। ଯେଉଁକାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

କୁହାଯାଉଛି ଯେ ରତନ ସିଂହ ଠାକୁର ମତଗଣନା କେନ୍ଦ୍ରରେ ଭୋଟ ଗଣନା ଦେଖିବାକୁ ଯାଇଥିଲେ, କିନ୍ତୁ ହଠାତ୍ ସେ ବେହୋସ ହୋଇ ତଳେ ପଡିଯାଇଥିଲେ। କୁହାଯାଉଛି ଯେ କଂଗ୍ରେସର ପରାଜୟକୁ ସେ ସହ୍ୟ କରିପାରିଲେ ନାହିଁ ଏବଂ ହୃଦଘାତ ହେଲା।

ମତଗଣନା କେନ୍ଦ୍ରରେ ଉପସ୍ଥିତ ଥିବା ଲୋକ କହିଲେ ଯେ ସିହୋରର କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ରତନ ସିଂହ ଠାକୁର ନିଜର ସାଥିଙ୍କ ସହିତ ମତଗଣନନା କେନ୍ଦ୍ରକୁ ଯାଇଥିଲେ। ସେଠି ପହଁଚିଲା ପରେ ସେ ବେହୋସ ହୋଇ ଚେୟାର ଉପରେ ପଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲୋକସଭା ନିର୍ବାଚନରେ ୨୦୧୯ ମତଗଣନା ଜାରୀ ରହିଛି। ମଧ୍ୟପ୍ରଦେଶର ୨୯ ଲୋକସଭା ଆସନରେ ଭାଜପା ୨୮ ଆସନରେ ଆଗୁଆ ରହିଛି।

Leave A Reply

Your email address will not be published.