ଆଜିଠାରୁ ସିଏମ୍ଙ୍କ ସେକେଣ୍ଡ ଫେଜ୍ ପ୍ରଚାର , ସୁନ୍ଦରଗଡ଼ରୁ ଅଭିଯାନ ଆରମ୍ଭ କରିବେ ବିଜେଡି ସୁପ୍ରିମୋ

କେନ୍ୟୁଜ୍ : ଆଜିଠାରୁ ସିଏମ୍ଙ୍କ ସେକେଣ୍ଡ ଫେଜ୍ ପ୍ରଚାର । ସୁନ୍ଦରଗଡ଼ରୁ ଅଭିଯାନ ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଉରକେଲା ଓ ରଘୁନାଥପାଲ୍ଲିରେ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ହେମଗିରିଠାରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବେ। ହେମଗିରିଠାରୁ ବାହାରି ତଳସରା ନିର୍ବାଚନମଣ୍ଡଳୀର ଜାମପାଲିଠାରେ ପହଞ୍ଚିବେ। ଜାମପାଲି ପରେ ବଣେଇର ରାଜମୁଣ୍ଡାଠାରେ ପହଞ୍ଚି ନିର୍ବାଚନ ସଭାରେ ନବୀନ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଜମୁଣ୍ଡା ପରେ ମୁଖ୍ୟମନ୍ତ୍ରୀ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଯିବେ। ବୀରମିତ୍ରପୁରର ରାଏବଗାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଶେଷରେ ରାଉରକେଲା ଓ ରଘୁନାଥପାଲ୍ଲୀରେ ରୋଡ୍ ଶୋ ରହିଛି। ଅର୍ଥାତ ଆଜି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।