କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ, ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ପାଟକୁରା  : ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ପାଇଁ ନିଷ୍ପତ୍ତି । ଏ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଗତକାଲି ପାଟକୁରା ବିଜେଡିର ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା। ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ନିର୍ବାଚନ ସ୍ଥଗିତ ରହିବ। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରହିଛି । ଆସନ୍ତା ୨୯ ତାରିଖରେ ପାଟକୁରା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।

ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ରିଟର୍ଣ୍ଣିଂ ଅଫିସର ନିର୍ବାଚନ କମିଶନଙ୍କୁ ଅବଗତ କରିବେ। ଏହା ପରେ ନିର୍ବାଚନ କମିଶନ ସମ୍ପୃକ୍ତ ରାଜନୈତିକ ଦଳ ଆଉ ଏକ ପ୍ରାର୍ଥୀ ଦେବା ପାଇଁ ନିର୍ବାଚନ କମିଶନ କହିବେ। ୭ ଦିନ ମଧ୍ୟରେ ସମ୍ପୃକ୍ତ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ। ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନଙ୍କ ଉପରେ ନିର୍ଭର କରୁଛି, କେବେ ନିର୍ବାଚନ ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ନିର୍ବାଚନ କନିଶନଙ୍କୁ ଚିଠି ଲେଖି ବିଧିବଦ୍ଧ ଭାବରେ ଅବଗତ କରାଇଛନ୍ତି। ପ୍ରାର୍ଥୀଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ ସ୍ଥଗିତ ରଖାଯାଇଛି ଓ ପରବର୍ତ୍ତୀ ପଦକ୍ଷେପ ନେବାକୁ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.