Below header

ପ୍ରଜ୍ଞାଙ୍କ ପିଛା ଛାଡୁନି ବିବାଦ, ଏଥର ବାବରୀ ମସଜିଦ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ସାଧ୍ୱୀ

ଭୋପାଳ : ପୁଣି ବିବାଦରେ ଭୋପାଳର ବିଜେପି ସାଂସଦ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର। ଏଥର ବାବରୀ ମସଜିଦ ଉପରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି । ଏକ ଟିିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ, ଆମେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବୁ ବୋଲି କହିଥିଲେ ପ୍ରଜ୍ଞା ଠାକୁର। ବାବରୀ ମସଜିଦକୁ ଧ୍ୱଂସ କରିବାରେ ସେ ଭାଗ ନେଇଥିବାରୁ ସେଥିପାଇଁ ଗର୍ବିତ। ଭଗବାନ ଆମକୁ ଶକ୍ତି ପ୍ରଦାନ କରିଛନ୍ତି ଓ ଆମେ ଦେଶର ସବୁ ଦାଗକୁ ହଟାଇ ଦେବୁ ବୋଲି ସେ କହିଥିଲେ। ଏହା ପ୍ରସାରଣ ହେବା ପରେ ସବୁ ଆଡୁ ସମାଲୋଚନା କରାଯାଇଛି। ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ତାଙ୍କୁ ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଦିନକ ମଧ୍ୟରେ ଜବାବ ରଖିବାକୁ ପ୍ରଜ୍ଞାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭୋପାଳ ଜିଲ୍ଲା ନିର୍ବାଚନ ଅଧିକାରୀ। ସେପଟେ ସେ ପ୍ରଭୁ ରାମ ଓ ନିଜ ଧର୍ମ ସଂପର୍କରେ ବୟାନ ରଖିଛନ୍ତି ବୋଲି କହିଛନ୍ତି ପ୍ରଜ୍ଞା। ସେ ନୋଟିସର ଜବାବ ରଖିବେ ବୋଲି କହିଛନ୍ତି। ପୂର୍ବରୁ ସେ ମୁମ୍ବାଇର ପୂର୍ବତନ ଏଟିଏସ ମୁଖ୍ୟ ହେମନ୍ତ କର୍‌କରେଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦକୁ ଆସିିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.