ଝାଡଖଣ୍ଡ: ଝାଡଖଣ୍ଡର ଲାତେହାର ଜିଲ୍ଲାରେ ନକ୍ସଲମାନେ ତାଣ୍ଡବ ରଚିଛନ୍ତି। ଏହି ଘଟଣା ଚନ୍ଦବା ଥାନା ଅଞ୍ଚଳର ଟୋରି ସ୍ଥିତ ଟିଏସପିସି କୋଲ ସାଇଡିଙ୍ଗର ଅଟେ । ଏଠାରେ ନକ୍ସଲମାନେ ଦୁଇଟି ପୋକଲେନ୍ ସମେତ ଡଜନେ ହାଇୱା ଏବଂ ଟ୍ରକ୍ କୁ ପୋଡି ଦେଇଥିବା ଜଣାପଡିଛି।
କୁହାଯାଉଛି କି, ଗୁରୁବାର ରାତି ୧୦ଟା ବେଳେ ଅସ୍ତ୍ରଶସ୍ତ୍ର ଧରି ପ୍ରାୟତଃ ୧୨ରୁ ଅଧିକ ନକ୍ସଲ ଯୋରଦାର ଆତଙ୍କ ମଚାଇଥିଲେ। ନକ୍ସଲମାନେ ପ୍ରଥମେ ଫାୟାରିଙ୍ଗ କରିଥିଲେ ଏହାପରେ ସେଠାରେ ଥିବା ଗାଡି ଗୁଡିକୁ ପୋଡିଦେଇଥିଲେ। ଏହି ଘଟଣା ପରେ ସାଇଡିଙ୍ଗରେ ଆତଙ୍କ ଖେଳିଯାଇଛି।
ଏହାସହ ପଢନ୍ତୁ : ଛୋଟ ପିଲାଙ୍କ ହାତରେ ବନ୍ଧୁକ ଦେବା ଅଭିଭାବକଙ୍କୁ ପଡିଲା ମହଙ୍ଗା, ମା’କୁ ଗୁଳି କରି ହତ୍ୟା କଲା ୭ ବର୍ଷର ପୁଅ
ସେଠାରେ ଥିବା କୋଇଲା ବୋଝେଇ ଗାଡି ଗୁଡିକ ଚାହୁଁ ଚାହୁଁ ନିଆଁ ଆଁକୁ ଚାଲିଯାଇଥିଲା । ସୂଚନା ଥାଉକି, ଘଟଣାସ୍ଥଳରୁ ମାତ୍ର ଏକ କିଲୋମିଟର ଦୁରରେ ସାଇଡିଙ୍ଗ ଥାନା ଅବସ୍ଥିତ । ତଥାପି ନକ୍ସଲ ମାନେ ବିନା ଭୟରେ ଗାଡି ଗୁଡିକୁ ପୋଡିଦେଇ ଏଭଳି ଆତଙ୍କ କରିଥିବା ଏବେ ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି ।