କମେଡି କିଙ୍ଗଙ୍କ ଜୀବନରେ ଟ୍ରାଜେଡି । କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ । ମୁମ୍ବାଇର ଆଶିବାରାରେ ଥିବା କପିଲଙ୍କ ଘରେ ଗତକାଲି ଲାଗିଯାଇଥିଲା ନିଆଁ । ତେବେ ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ସହ କୌଣସି ଧନଜୀବନ କ୍ଷତି ହୋଇନଥିବା ସୂଚନା ମିଳିଛି ।
ଏହା ସହ ପଢନ୍ତୁ ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍, ଖୁବ୍ ଶୀଘ୍ର କମେଡି ସୋ’ରେ ଏଣ୍ଟ୍ରି କରିବେ ଡକ୍ଟର ଗୁଲାଟୀ
ମିଳିଥିବା ସୂଚନା ଅନୁସାରେ, ରୋଷେଇ ଘରୁ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ପ୍ରାୟ ଅଧ ଘଂଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ କପିଲଙ୍କ ଘରେ ନିଆଁ ଲାଗିଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ତେବେ କପିଲ୍ ଶର୍ମା ଏହି ଘରେ ରୁହନ୍ତି ନାହିଁ । ସେ ଅନ୍ୟ ଏକ ଆପାର୍ଟମେଂଟରେ ରହୁଛନ୍ତି । ବର୍ତ୍ତମାନ ଏହି ଘର ଖାଲି ଅଛି । ଏବଂ ନିଆଁରେ କିଛି କ୍ଷତି ହୋଇନି ।
Fire breaks out at flat of Kapil Sharma at Oshiwara Mumbai..
Few feared trap inside!
Rescue on!.
🎬18july2019. pic.twitter.com/s7gR5Plv0c— @PotholeWarriors🇮🇳 #RoadSafety 🏍🛵🛣 (@PotholeWarriors) July 18, 2019