ଆଜି ବି ବଞ୍ଚିଛି କୃଷ୍ଣ- ସୁଦାମାଙ୍କ ଭଳି ବନ୍ଧୁତ୍ବ

ଗଞ୍ଜାମ ବେଲଗୁଣ୍ଠାର ଶିବରାମ ପାତ୍ରଙ୍କ ପାଇଁ ତାଙ୍କ ବନ୍ଧୁ ଭିନ୍ନକ୍ଷମ ସନ୍ନ୍ୟାସୀ ପାତ୍ର ହିଁ ସବୁ କିଛି । ଏଥିପାଇଁ ପରିବାର ଲୋକ ଶିବରାମଙ୍କୁ ବି ଛାଡ଼ି ପଳାଇଛନ୍ତି । ହେଲେ ବନ୍ଧୁତ୍ୱ ବନ୍ଧନରୁ ମୁକୁଳି ପାରିନାହାନ୍ତି ଶିବରାମ ।

ପାଖରେ ବସି ଖୁଆଇପିଆଇ ଦେଉଛନ୍ତି । ପୁଣି ହ୍ଵିଲ ଚେୟାରରେ ବୁଲାଇ ନେଉଛନ୍ତି ବନ୍ଧୁ ସନ୍ନ୍ୟାସୀଙ୍କୁ । ସବୁବେଳେ ବନ୍ଧୁଙ୍କ ପାଖରେ ଠିଆ ହେଉଛନ୍ତି ଶିବରାମ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଡ଼ପଡ଼ା ପଞ୍ଚାୟତ ସୋମନାଥ ପଲ୍ଲୀ ଗାଁର ଦୁଇ ବନ୍ଧୁ ସନ୍ନ୍ୟାସୀ ପାତ୍ର ଓ ଶିବରାମ ପାତ୍ର । ସନ୍ନ୍ୟାସୀ ଜନ୍ମରୁ ସଂପୂର୍ଣ୍ଣ ଭିନ୍ନକ୍ଷମ । ପିଲାଟି ବେଳୁ ବାପାଙ୍କୁ ହରାଇଥିଲେ । ଆଉ ୩ମାସ ହେବ ମାଆ ମଧ୍ୟ ଆଖି ବୁଜିଛନ୍ତି । ଏବେ ତାଙ୍କ ପାଇଁ ସାହାଭରସା ପଡୋଶୀ ବନ୍ଧୁ ଶିବରାମ ।

ସନ୍ନ୍ୟାସୀଙ୍କ ଝାଟିମାଟିର ଘରକୁ ଲାଗି ଅଭାବୀ ଶିବରାମଙ୍କ ଘର । ଛୋଟିଆ ରାସନ ଦୋକାନ କରି ସେଥିରେ ଚଳାନ୍ତି ତେଲଲୁଣର ସଂସାର । ପରିବାରରେ ନାନା ସମସ୍ୟା ମଧ୍ୟରେ ସନ୍ନ୍ୟାସୀଙ୍କୁ ଏକା କରିନାହାନ୍ତି ଶିବରାମ । ଏଥିପାଇଁ ସବୁରି ମୁହଁରେ ତାଙ୍କର ପ୍ରଶଂସା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.