ଆଜି ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମମାମଲାର ଶୁଣାଣି କରିବେ ସୁପ୍ରିମକୋଟ

ନୂଆଦିଲ୍ଲୀ(କେନ୍ୟୁଜ୍): ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ଜୁଲାଇ ୧୨ ତାରିଖରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ସୁରକ୍ଷା ଲୋଡ଼ି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ଏହି ଚିଠିକୁ ଦେଖି ନଥିଲେ ପ୍ରଧାନ ବିଚାରପତି ରଂଜନ ଗୋଗୋଇ । ଗତ ୩୦ ତାରିଖରେ ସେ ଚିଠି ବାବଦରେ ଅବଗତ ହୋଇଥିଲେ । ପୀଡ଼ିତାଙ୍କ ଚିଠି ବାବଦରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ତାଙ୍କ ଦୃଷ୍ଟିକୁ ଆଣିନଥିଲେ ବୋଲି ପ୍ରଧାନବିଚାରପତି କହିଥିଲେ । ତେବେ ସ୍ୱତଃପ୍ରବୃତ୍ତ ଭାବେ ଏହାକୁ ଗ୍ରହଣ କରି ମାମଲାର ଆଜି ଶୁଣାଣି ପାଇଁ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ତାଲିକାଭୁକ୍ତ କରିଛନ୍ତି । ସେହିପରି ଆଜି ସୁଦ୍ଧା ଉତ୍ତର ପ୍ରଦେଶ ସରକାର ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜୁଲାଇ ୨୮ ତାରିଖରେ ରାଏବରେଲି ନିକଟରେ ପୀଡ଼ିତା ନିଜ ସଂପର୍କୀୟଙ୍କ ସହ କାର୍‌ରେ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେବାରୁ ତାଙ୍କର ୨ ଜଣ ମାଉସୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାର ୧୫ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ପକ୍ଷରୁ ତାଙ୍କୁ ଧମକ ମିଳୁଥିବା ନେଇ ପୀଡ଼ିତା ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖିଥିଲେ । ହେଲେ ଦୁର୍ଘଟଣାର ୨ ଦିନ ପରେ ଚିଠିଟି ସାମ୍ନାକୁ ଆସିଥିଲା । ଟ୍ରକ ଧକ୍କାରେ ପୀଡ଼ିତାଙ୍କୁ ମାରିବା ପାଇଁ ଉଦ୍ୟମ ନେଇ ମାମଲାର ସିବିଆଇ ତଦନ୍ତକୁ ଏବେ ଜୋରଦାର କରିଛି । ସିବିଆଇ ଟିମ୍‌ ଘଟଣାସ୍ଥଳକୁ ଯାଇ ତନାଘନା କରିବା ସହ ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେଙ୍ଗାରଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାମଲା ଦାୟର କରିଛି। ମାମଲାରେ ୟୁପିର କୃଷି ମନ୍ତ୍ରୀଙ୍କ ଜଣେ ସଂପର୍କୀୟ ଛନ୍ଦି ହୋଇପଡିଛନ୍ତି। ପୀଡ଼ିତାଙ୍କୁ ଯୋଗାଇ ଦିଆଯାଇଥିବା ୨ ଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଛି। ସୁରକ୍ଷାକର୍ମୀମାନେ କାହିଁକି ଗତ ୨୮ ତାରିଖ ଦିନ ପୀଡ଼ିତାଙ୍କ ସହ ନ ଥିଲେ, ସେ ନେଇ ପଚରା ଉଚରା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.