ଇତିହାସ ରଚିଲେ ବ୍ୟାଡ୍ମିଣ୍ଟନ୍ ତାରକା ପି.ଭି.ସିନ୍ଧୁ । ବିଶ୍ୱ ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପ ଫାଇନାଲରେ ବିଜୟୀ ହୋଇ ଭାରତର ଶ୍ରେଷ୍ଠ ଖେଳାଳି ସିନ୍ଧୁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ସ୍ୱିଜରଲାଣ୍ଡର ବାସେଲ ଠାରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ସିନ୍ଧୁ ଜାପାନର ନୋଜମି ଓକୁହାରାଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଓକୁହାରାଙ୍କୁ ସେ ୨୧-୭, ୨୧-୭ରେ ମାତ୍ ଦେଇଛନ୍ତି । ବିଶ୍ୱ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ହାସଲ କରିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ । ଗତ ୨ଟି ଚାମ୍ପିଅନ୍ସିପରେ ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।