ସେପ୍ଟେମ୍ବର ୧ରୁ ହେବାକୁ ଯାଉଛି ଏହି ବଡ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କେମିତି ପଡିବ ପ୍ରଭାବ

ସେପ୍ଟେମ୍ବର ମାସ ଆରମ୍ଭରୁ ଦେଶରେ କିଛି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ସେପ୍ଟେମ୍ବରରେ କିଛି ଫାଇନାନ୍ସସିଆଲ୍ ରୁଲ୍ସ ପ୍ରଭାବିତ ହେବ । ଯାହାର ବିଶେଷ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ। ଏହି ପରିବର୍ତ୍ତନରେ ଆପଣଙ୍କୁ କିଛିଟା ଆଶ୍ବସ୍ତି ମିଳିବ ତ ଅନ୍ୟପଟେ କିଛି ଅଧିକ ଖର୍ଚ୍ଚ ଉଠାବାକୁ ପଡିବ । ଗୋଟେ ପଟେ ସଡକ ନିୟମ ଉଲ୍ଲଙ୍ଘନ କରିବା ଉପରେ ଅଧିକ ଜରିମନା ଦେବାକୁ ପଡିବ । ଅନ୍ୟପଟେ ଏସବିଆଇ ର ହୋମ୍ ଲୋନ୍ ଶସ୍ତା ହୋଇଯିବ। ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ ।

ଜାଣନ୍ତୁ କିଛି ଏମିତି ପରିବର୍ତ୍ତନ ବିଷୟରେ ଯାହାର ପ୍ରଭାବ ଆପଣଙ୍କ ଉପରେ ପଡିବ:

ଟ୍ରାଫିକ୍ ନିମୟ ଭାଙ୍ଗିବା-

trafficସେପ୍ଟେମ୍ବର ପହିଲାରୁ ଟ୍ରାଫିକ୍ ନିୟମରେ ବହୁ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁଥିପାଇଁ ଆପଣଙ୍କୁ ସଡକ ଉପରେ ଟ୍ରାଫିକ୍ ନିୟମ ଭାଙ୍ଗିବା ବହୁତ ମହଙ୍ଗା ପଡିବ । ମୋଟର ବାହନ ଅଧିନିୟମର ୬୩ ପ୍ରୋଭିଜନ୍ ଲାଗୁ ହେବାକୁ ଯାଉଛି । ଏଥିପାଇଁ ମଦ ପିଇକି ଗାଡି ଚଳାଇବା,ଓଭରସ୍ପିଡ୍,ଓଭରଲୋଡିଂ ଉପରେ ଜରିମନା ବଢାଇ ଦିଆଯାଇଛି । ଏହାବ୍ୟତିତ ସଡକ ନିର୍ମାଣରେ ନିମ୍ନ ମାନଙ୍କ କାମ କରିବା ଫଳରେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଉକ୍ତ କମ୍ପାନୀ କିମ୍ବା ଠିକାଦାରଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନ ଲଗାଯିବାର ବ୍ଯବସ୍ଥା କରାଯାଇଛି ।

ଟାକ୍ସ ଭରଣା ଠିକ୍ ଠାକ୍ କରିବା-

tax ପୁରୁଣା ଟ୍ୟାକ୍ସ ମାମଲାକୁ ରଫାଦଫା କରିବା ପାଇଁ କେନ୍ଦ୍ରର ମୋଦି ସରକାର ନୂଆ ସ୍କିମ୍ ଆଣିଛନ୍ତି । ଏହି ସ୍କିମ୍ ଅନୁସାରେ ଏବେ ଟିକସ ମାମଲାର ରଫାଦଫା ଶିଘ୍ର ହେବ । ଏହି ସ୍କିମ୍ ୧ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ୩୧ ଡିସେମ୍ବର ଭିତରେ ସମାପ୍ତ ହେବ । ଏହି ସ୍କିମରେ ବକେୟା ଟିକସ ସୁଝିପାରିବେ । ସ୍କିମ୍ ରେ ବାକି ଥିବା ଟିକସ ସୁଝିବା ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଟିକସ ସୁଝିବାରେ କୌଣସି ପେନାଲ୍ଟି ମଧ୍ୟ ଦେବାକୁ ପଡିବ ନାହିଁ । ଏହି ସ୍କିମ୍ ରେ ୫୦ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଉପରେ ୭୦ ପ୍ରତିଶତ, ୫୦ଲକ୍ଷରୁ ଅଧିକ ଟ୍ୟାକ୍ସ ଉପରେ ୫୦ ପ୍ରତିଶତ,ଅପିଲ୍ ଫେରାଇବା ଉପରେ ୬୦ପ୍ରତିଶତ ଏବଂ ୫୦ଲକ୍ଷରୁ ଅଧିକ ଟ୍ୟାକ୍ସ, ଅପିଲ୍ ଫେରସ୍ତି ଉପରେ ୪୦ ପ୍ରତିଶତ ଛୁଟ୍ ମିଳିବ ।

ଯାନବାହନର ଅନ୍-ଡିମାଣ୍ଡ ଇନ୍ସୁରାନ୍ସ ହେବ ଉପଲବ୍ଧ-

Bike-Insuranceଜେନେରାଲ୍ ଇନ୍ସୁରାନ୍ସ କମ୍ପାନୀ ଏବେ ଭୂକମ୍ପ,ବନ୍ୟା ଏବଂ ପ୍ରାକ୍ରୁତିକ ବିପର୍ଯ୍ୟୟ ଭଳି ପରିସ୍ଥିତି ଏବଂ ଦଙ୍ଗା ଭଳି ଘଟଣାରେ ବାହାନ ଗୁଡିକର ବିମା ଉପଲବ୍ଧ କରାଇବେ ।

ଏସବିଆଇର ସବୁ ନୂଆ ଏବଂ ପୁରୁଣା ଗ୍ରାହକଙ୍କୁ ଆରଏଲଏଲ୍ ଉପରେ ହୋମ୍ ଲୋନ୍- sbiଏସବିଆଇଠାରୁ ଲୋନ୍ ନେଇ ଘର କିଣିବା ଏବେ ଶସ୍ତା ହୋଇଯାଇଛି । ଏସବିଆଇ ହୋମ୍ ଲୋନ୍ ଏବେ ୦.୨୦ ପ୍ରତିଶତ କମିଯାଇଛି । ୧ ସେପ୍ଟେମ୍ବରରୁ ହୋମ୍ ଲୋନ ଉପରେ ୮.୦୫ ପ୍ରତିଶତ କମ୍ ହେବ । ଆରବିଆଇ ଅଗଷ୍ଟରୁ ହିଁ ରେପୋ ରେଟ୍ କମାଇ ୫.୪୦ ପ୍ରତିଶତ କରିଦେଇଛି ।

ତମାଖୁ ଉତ୍ପାଦର ପ୍ୟାକଟେରେ ନିର୍ଦ୍ଧିଷ୍ଟ ସ୍ବାସ୍ଥ୍ୟ ଚେତାବନୀର ରୋଟେସନ୍-

tabacoo1କେନ୍ଦ୍ରୀୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ତମାଖୁ ଉତ୍ପାଦ ଉପରେ ଚେତାବନୀ ପାଇଁ ନିଆଯାଇଥିବା ନୂଆ ଅଧିସୂଚନା ଜାରି କରିଛନ୍ତି । ଏଥିପାଇଁ ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦନ ନିୟମ, ୨୦୦୮ ରେ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ୧ ସେପ୍ଟେମ୍ବର ୨୦୧୯ରୁ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.