ଫିଲ୍ମକୁ ଆସିବା ପୂର୍ବରୁ ଏହି କାମ କରୁଥିଲେ ଶ୍ରଦ୍ଧା କପୁର, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ସହିତ ସାଉଥ୍ ସୁପରଷ୍ଟାର ବାହୁବଳୀ ଫେମ୍ ପ୍ରଭାସ ମଧ୍ୟ ମୁ୍ଖ୍ୟ ଭୂମିକାରେ ଅଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର ଆଗାମୀ ବଡ ବଜେଟ ଫିଲ୍ମ ‘ସାହୋ’କୁ ନେଇ ପ୍ରେସରରେ ଅଛନ୍ତି ବୋଲି କହିଛନ୍ତି। ଫିଲ୍ମରେ ଇଣ୍ଟରନ୍ୟାସନାଲ ଆକ୍ସନ ଡାଇରେକ୍ଟର୍ସଙ୍କୁ ଅଣାଯାଇଥିଲା। ଫିଲ୍ମରେ ବହୁତ ପରିଶ୍ରମ ହେଇଛି ବୋଲି ଶ୍ରଦ୍ଧା ବହୁତ ପ୍ରେସରରେ ଅଛନ୍ତି ବୋଲି କହିଛନ୍ତି।
ନିକଟରେ ଶ୍ରଦ୍ଧା ଏକ ଇଣ୍ଟର୍ଭ୍ୟୁରେ କହିଲେ ଯେ, ‘ଅଭିନେତ୍ରୀ ହେବା ପରେ ସାଧାରଣ ଜୀବନରେ ହେଉଥିବା ଜିନିଷକୁ ସାକ୍ରିଫାଇସ୍ କରିବାକୁ ପଡିବ। ମୋତେ ରିକ୍ସାରେ ଯିବା, ଘରକୁ ପାଦରେ ଚାଲି ଚାଲି ଯିବା ଏବଂ ଦୋକାନରେ ମୂଲାମୁଲୀ କରିବା ବହୁତ ପସନ୍ଦ। ଏବେ ମୁଁ ଏହି ସବୁ କିଛି କରିପାରୁ ନାହିଁ।’ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀଙ୍କୁ ବହୁତ ଭଲ ବାର୍ଗେନିଂ କରିଆସେ। ଶ୍ରଦ୍ଧା ନିଜେ ଖୁଲାସା କରି କହିଛନ୍ତି ଯେ ଅଭିନେତ୍ରୀ ହେବା ପୂର୍ବରୁ ମୁଁ ଚୋର ବଜାର ଯାଏ ଏବଂ ବହୁତ କିଣାକିଣି କରିଥାଏ।
ରୋମାନ୍ସ ବିଷୟରେ ପ୍ରଶ୍ନ ପଚାରିବାରୁ ଶ୍ରଦ୍ଧା କହିଲେ,‘ମୁଁ ଯେତେ ବି କୁହେ ନା କାହିଁକି ଲୋକମାନେ ଯେଉଁଟା ଚାହିଁନ୍ତି ସେଇଟାକୁ ହିଁ ଲେଖନ୍ତୁ। ଏହା ଠାରୁ ଭଳ ଏହା ହେବ ଯେ ମୋର ଚୁପ୍ ରହିବା। ମୋତେ ଏବେ ଏହି ସବୁ କଥା କିଛି ଫରକ ପଡିବ ନାହିଁ। ମୁଁ ଏବେ ମୋର ଫିଲ୍ମକୁ ନେଇ ଏତେ ବ୍ୟସ୍ତଯେ ଏହି ସବୁ କଥାକୁ ଭାବିବା ପାଇଁ ମୋ ପାଖରେ ସମୟ ନାହିଁ।
ଏହାସହ ପଢ଼ନ୍ତୁ : କପିଲ ଶର୍ମା ସୋ’ରେ ପହଞ୍ଚିଲେ ବାହୁବଲି ପ୍ରଭାସ, କହିଲେ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ ବନ୍ଦ…
ଶ୍ରଦ୍ଧା ନିତେଶ ତିୱାରୀଙ୍କ ଫିଲ୍ମ ‘ଛିଛୋରା’ର ମଧ୍ୟ ପ୍ରମୋସନ କରୁଛନ୍ତି। ଶ୍ରଦ୍ଧାଙ୍କ ଫିଲ୍ମ ‘ସାହୋ’ ୩୦ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି। ସେହିଭଳି ‘ଛିଛୋର’ ୬ ସେପ୍ଟେମ୍ବରରେ ବକ୍ସ ଅଫିସକୁ ଆସିବ।