ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଚାଲିଛି ଜୋରଦାର ପ୍ରୟାସ। ଆଜିଠାରୁ ଗଡ଼ିଲା ଟ୍ରାଫିକ ସଚେତନତା ରଥ। କଟକ ଟ୍ରାଫିକ ଥାନାରୁ ଏହି ରଥର ଶୁଭାରମ୍ଭ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ଏହାସହ କୌଣସି ସୂଚନା ପାଇଁ ଏକ ହେଲ୍ପ ଲାଇନ ନମ୍ବର ୧୦୯୫ ଖୋଲା ଯାଇଛି। ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ବହୁ ପରିମାଣର ଜରିମାନା ଆଦାୟ ହୋଇଥିଲା। ଏହାକୁ ଦେଖି ଆଗାମୀ ତିନିମାସ ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର ସଜାଡ଼ିନେବାକୁ ନିର୍ଦ୍ଦେଶ ଦିଆଯାଇଛି।