ନିଆଳି: ଶ୍ୱଶୁରକୁ ବନ୍ଧୁକ ଦେଖାଇ ଜ୍ୱାଇଁ ଗିରଫ

ନିଆଳି(କେନ୍ୟୁଜ୍): ଶ୍ୱଶୁରକୁ ବନ୍ଧୁକ ଦେଖାଇ ଜ୍ୱାଇଁ ଗିରଫ । ଘଟଣା ଘଟିଛି ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅର୍ନ୍ତଗତ ଜୟରଶାସନ ଗାଁରେ । ପୋଲିସ ଅଭିଯୁକ୍ତ ଜ୍ୱାଇଁକୁ ପ୍ରସନ୍ନଜତ୍‌ ପ୍ରଧାନକୁ ଗିରଫ କରିଛି । ତା ନିକଟରୁ ୩ଟି ଅଫୁଟା ଗୁଳି,ମାଗାଜିନ ଓ ବନ୍ଧୁକ ଜବତ କରିଛି । ଗତ ୬ମାସ ତଳେ ଜୟରଶାସନ ଗାଁର କାହ୍ନୁ ଚରଣ ଦାସଙ୍କ ଝିଅକୁ ବିବାହ କରିଥିଲେ ପ୍ରସନ୍ନଜିତ୍‌ । ତେବେ ଗତ ୨ଦିନ ତଳେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ହୋଇଥିଲା । ପରେ ସ୍ତ୍ରୀ ବାପଘରକୁ ପଳାଇ ଆସିବା ପରେ ପ୍ରସନ୍ନଜିତ୍‌ ସ୍ତ୍ରୀଙ୍କୁ ଆଣିବାକୁ ଶଶୁର ଘରକୁ ଆସିଥିଲେ । ସ୍ତ୍ରୀଙ୍କ ନ ଛାଡିଲେ ବନ୍ଧୁକ ଦେଖାଇ ମାରିବାକୁ ଧମକ ଦେଇଥିଲେ । ଏନେଇ ଶ୍ୱଶୁର ପାହାଳ ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଅଭିଯୁକ୍ତ ଓମ ପ୍ରକାଶ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.