ସାଉଥ୍‌ ଇଣ୍ଡିଆନ୍‌ ‘କାରା ଚଟଣି’ ବନାଇବା ଅତି ସହଜ, ପାଟିରୁ ଛାଡ଼ିବନି ସ୍ୱାଦ

କାହାକୁ ବା ଭଲ ଲାଗି ନ ଥାଏ ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ। ଏହାସହିତ ‘କାରା ଚଟଣି’ ଖାଦ୍ୟର ସ୍ୱାଦକୁ ଦୁଇଗୁଣ କରିଦେଇଥାଏ। କାରା ଚଟଣି କିଛି ଡାଲିକୁ ମିଶାଇ ବନାଯାଇଥାଏ, ଯାହାକି ଦକ୍ଷିଣ ଭାରତୀୟ ଖାଦ୍ୟର ମୁଖ୍ୟ ଅଂଶ ଅଟେ। ଏହି ଚଟଣି ପକାଇ ଆପଣ ଇଡ୍‌ଲି, ବରା, ଦୋସା ଆଦିର ସ୍ୱାଦ ବଢ଼ାଇ ପାରିବେ।

ଆବଶ୍ୟକ ସାମଗ୍ରୀ

-୧ ବଡ଼ ଚାମଚ ମୁଗ ଡାଲି

-୧ ବଡ଼ ଚାମଚ ଚଣା ଡାଲି

-୩ଟି ଶୁଖିଲା ଲଙ୍କା

-ଫାଳେ ପିଆଜ

-୨ଟି ରସୁଣ କୋଲା

-ଗୋଟିଏ ଟମାଟର

-ତେନ୍ତୁଳି

-୩ ବଡ଼ ଚାମଚ ପାଣି

-ଅଧ ଛୋଟ ଚାମଚ ଲୁଣ

-୩/୪ ବଡ଼ ଚାମଚ ସୋରିଷ

-୪ଟି ଭୃସଙ୍ଗ ପତ୍ର

-୧ ବଡ଼ ଚାମଚ ତେଲ

 

ଏହାସହ ପଢ଼ନ୍ତୁ: ଯଦି ଆପଣ ଲମ୍ବା ବୟସ ଚାହୁଁଛନ୍ତି, ତା’ହେଲେ ‘ଆଣ୍ଟି ଏଜିଙ୍ଗ୍‌ ଫୁଡ୍‌ସ’ ଖାଇବା ଆରମ୍ଭ କରିଦିଅନ୍ତୁ

kara1

ପ୍ରସ୍ତୁତି ପ୍ରଣାଳୀ

କାରା ଚଟଣି ବନାଇବା ପାଇଁ ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ କରି ରଖି ଦିଅନ୍ତୁ। ଏବେ ମୁଗ ଡାଲି, ଚଣା ଡାଲି, ରସୁଣ ଓ ଶୁଖିଲା ଲଙ୍କା ପକାଇ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପଯ୍ୟର୍ନ୍ତ ଭାଜନ୍ତୁ। ଏବେ ପିଆଜ ପକାଇ ୨ ମିନିଟ୍‌ ହାଲୁକା ଲାଲ୍‌ ହେବା ଯାଏ ଭାଜନ୍ତୁ। ଏଥିରେ ଟମାଟର ପକାନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ ଏବଂ ମସଲାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ଏକ ଗ୍ରାଇଣ୍ଡର ଜାର୍‌ ନିଅନ୍ତୁ। ଏଥିରେ ମସଲା ପକାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟ୍‍କୁ ଏକ ଜାଗାରେ ବାହାର କରିଦିଅନ୍ତୁ। ଗ୍ୟାସ୍‌ ଅନ୍‌ କରି ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ସୋରିଷ ପକାଇ ଛୁଙ୍କ ଦିଅନ୍ତୁ ଏବଂ ଭୃସଙ୍ଗ ପତ୍ର ପକାଇ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏବେ ଏହି ତଡ଼କାକୁ ପେଷ୍ଟ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଡାଲିର କାରା ଚଟଣି। ଏହାକୁ ଆପଣ ରୁଟି, ଇଡ୍‌ଲି ସହିତ ଖାଇପାରିବେ।

Leave A Reply

Your email address will not be published.