ସେଲ୍ଫି ଆଣିଲା ସମସ୍ୟା: ପପ୍ ସିଙ୍ଗରଙ୍କ ଫଟୋ ଦେଖି ଆଖିରୁ ପତ୍ତା ଲଗାଇଦେଲେ ଲୋକେଶନ, ପୁଣି ଘର ପର୍ଯ୍ୟନ୍ତ ପିଛା କଲେ ଏହି ଯୁବକ
୨୬ ବର୍ଷୀୟ ଯୁବକ ଜଣେ ମହିଳା ପପ୍ ସିଙ୍ଗରଙ୍କ ସେଲ୍ଫିରୁ ପତ୍ତା ଲଗେଇଦେଲେ ତାଙ୍କ ଲୋକେଶନ। ଆଉ ଏହାପରେ ସେ ଉକ୍ତ ଷ୍ଟେଶନରେ ପହଞ୍ଚି ଯାଇଥିଲେ। ଏପରି କି, ସେ ତାଙ୍କ ଘର ପଯ୍ୟର୍ନ୍ତ ମଧ୍ୟ ପିଛା କରି ଯାଇଥିଲେ। ଏଭଳି ହରକତ ଦେଖି ପପ୍ ସିଙ୍ଗର ଜଣକ ତାଙ୍କ ଉପରେ ଶାରୀରିକ ଶୋଷଣ ଅଭିଯୋଗ କରିଥିଲେ। ଯେତେବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା, ସେତେବେଳେ ଯୁବକ ଜଣକ କହିଥିବା କଥା ସମସ୍ତଙ୍କୁ ଚକିତ କରିଦେଇଥିଲା। ଅଭିଯୁକ୍ତ ଜଣକ କହିଥିଲେ, ସେ ମହିଳା ପପ୍ ସିଙ୍ଗରଙ୍କର ବହୁତ ବଡ଼ ଫ୍ୟାନ୍ ଅଟନ୍ତି।
ଖବର ମୁତାବକ, ପପ୍ଷ୍ଟାର୍ ନିଜର ଏକ ସେଲ୍ଫି ଉଠାଇ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଅଭିଯୁକ୍ତଙ୍କ କହିବା ହେଉଛି, ସେ ଫଟୋର ଆଖିରେ ପଡ଼ିଥିବା ରିଫ୍ଲେକ୍ସନରୁ ପପ୍ ସିଙ୍ଗର କୌଣସି ଏକ ଷ୍ଟେଶନରେ ଥିବା ଜାଣିପାରିଥିଲେ। ଏହାପରେ ସେ ଉକ୍ତ ଷ୍ଟେଶନରେ ପହଞ୍ଚି ଯାଇଥିଲେ। ପରେ ତାଙ୍କ ଘର ପଯ୍ୟର୍ନ୍ତ ପିଛା କରି ଯାଇଥିଲେ।
ଏହାସହ ପଢ଼ନ୍ତୁ: ୩୦୦ କିଲୋର ଯୁବତୀ ଏଭଳି ଢଙ୍ଗରେ ବଦଳାଇଲେ ନିଜର ଲୁକ୍!
ଅଭିଯୁକ୍ତଙ୍କ ନାଁ ହିବିକି ସାତୋ। ସେପ୍ଟେମ୍ବର ୧ ତାରିଖ ରାତିରେ ସେ ମହିଳା ସିଙ୍ଗରଙ୍କୁ ତାଙ୍କ ଘର ପଯ୍ୟର୍ନ୍ତ ପିଛା କରିଥିଲେ। ଆଉ ତାଙ୍କୁ ହଇରାଣ କରିଥିଲେ। ତେବେ ଗିରଫ ପରେ ଅଭିଯୁକ୍ତ ପୋଲିସକୁ କହିଥିଲେ, ୨୧ ବର୍ଷୀୟା ପପ୍ ସିଙ୍ଗର ଜାପାନରେ ବେଶ୍ ଲୋକପ୍ରିୟ। ସେ ଯେତେବେଳେ ତାଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ମୁଁ ତାହାକୁ ବହୁତ ନିରେଖି ଦେଖିଥିଲି। ତାଙ୍କ ଆଖିରେ ଷ୍ଟେଶନର ରିଫ୍ଲେକ୍ସନ ଦେଖି ଗୁଗଲ ଷ୍ଟ୍ରୀଟ୍ ଭ୍ୟୁ କ୍ୟାମେରା ଦ୍ୱାରା ଲୋକେଶନ ଜାଣିପାରିଥିଲି। ସେହି ଅନୁସାରେ ତାଙ୍କ ଆପାର୍ଟମେଣ୍ଟ, ଘରେ ଥିବା ଜିନିଷପତ୍ର, ସେଠାରେ ବିଜୁଳି କେଉଁଠି ଆସୁଛି, କେଉଁ ମହଲାରେ ସେ ରହୁଛନ୍ତି, ସବୁକିଛି ପତ୍ତା ଲଗେଇଦେଲି।