ଛାତ ଉପରେ କ୍ରଶ ହେଲା ବିମାନ, ନିଆଁ ଲାଗି ପାଉଁଶ ହୋଇଗଲା ଦୁଇଟି ଘର, ଦେଖନ୍ତୁ ଭିଡିଓ

ଆମେରିକାର ନ୍ୟୁଜର୍ସିରେ ଏକ ଘର ଛାତ ଉପରେ ବିମାନ କ୍ରଶ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଯୋଗୁ ଅଚାନକ୍ ଘରେ ନିଆଁ ଲାଗିଯାଇଥିଲା। ଆଉ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା। ସୋସିଆଲ ମିଡିଆରେ ଜଳନ୍ତା ଘରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ଯେଉଁ ସମୟରେ ଦୁର୍ଘଟଣା ଘଟିଥିଲା, ସେହି ସମୟରେ ଘରେ କେହି ଉପସ୍ଥିତ ନ ଥିଲେ। ତେବେ ଏହି ଦୁର୍ଘଟଣାରେ ବିମାନ ଚାଳକଙ୍କ ଅବସ୍ଥା କିଭଳି ରହିଛି, ସେ ନେଇ କୌଣସି ଖୋଜ୍ ଖବର ନାହିଁ। ବିମାନ କ୍ରଶ ହେବା ପଛରେ ବି କାରଣ ଜଣାପଡ଼ିନାହିଁ। କେବଳ ଏକ ଛୋଟ ବିମାନ ଘର ଉପରେ ମାଡ଼ ହୋଇଥିବା ଜଣାପଡ଼ଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.