ଶାହରୁଖଙ୍କୁ ବିବାହ କରିବା ନେଇ ଫ୍ୟାନ ପଚାରିଲେ କାଜଲଙ୍କୁ ପ୍ରଶ୍ନ, ଉତ୍ତରରେ ଅଭିନେତ୍ରୀ କହିଲେ..

ବଲିଉଡ ଅଭିନେତ୍ରୀ କାଜଲ ନିକଟରେ ଇନଷ୍ଟାଗ୍ରାମ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହିତ ଯୋଡି ହୋଇଛନ୍ତି । ଏହି ସମୟରେ ତାଙ୍କର ଫ୍ୟାନମାନେ କାଜଲଙ୍କ ଜୀବନ ଏବଂ ମନପସନ୍ଦର ଜିନିଷକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ତେବେ ଜଣେ ଫ୍ୟାନ କାଜଲଙ୍କୁ ଏପରି ଏକ ପ୍ରଶ୍ନ ପଚାରିଦେଇଥିଲେ ଯାହାକି କାଜଲଙ୍କ ଧ୍ୟାନକୁ ଆକର୍ଷିତ କରିଥିଲା ।

Image result for kajol and shahrukh

କାଜଲ ନିଜ ଇନଷ୍ଟାଗ୍ରାମରେ ଫ୍ୟାନ୍ସ ମାନଙ୍କ ସହିତ Ask Me Session କରିଥିଲେ । ସେହି ସମୟରେ ଜଣେ ଫ୍ୟାନ କାଜଲଙ୍କ ନମ୍ବର ମାଗିଦେଇଥିଲେ । ଏହାପରେ ଅଭିନେତ୍ରୀ ଜଣକ ନିଜ ବୁଦ୍ଧି ଖଟାଇ ଫ୍ୟାନଙ୍କୁ ଉତ୍ତରରେ 100 ଲେଖିଥିଲେ ଏବଂ କହିଥିଲେ ଯେବେ ଚାଁହ କଲ କରିପାର । ଆଉଜଣେ ଫ୍ୟାନ କାଜଲଙ୍କୁ ପଚାରିଥିଲେ ଆପଣଙ୍କର ଶାହରୁଖଙ୍କ ସହିତ କେଉଁ ଫିଲ୍ମ ଆସିବାକୁ ଯାଉଛି ? ଏହାର ଉତ୍ତରରେ ଅଭିନେତ୍ରୀ କହିଥିଲେ ଶାହରୁଖଙ୍କୁ ପଚାର । ଆଉଜଣେ ଫ୍ୟାନ ପଚାରିଥିଲେ ଯେ ଯଦି ଆପଣ ଅଜୟଙ୍କୁ ନ ଭେଟିଥାନ୍ତେ ତାହେଲେ କଣ ଆପଣ ଶାହରୁଖଙ୍କୁ ବିବାହ କରିଥାନ୍ତେ ? ଏହାର ଉତ୍ତରରେ କାଜଲ ବଡ଼ ମଜାଦାର ଭାବେ କହିଥିଲେ ଯେ କଣ ସେ କଣ ମୋତେ ପ୍ରପୋଜ କରିପାରିଲେ ନାହିଁ ?

Image result for kajol and shahrukh

ଏହାସହ ପଢନ୍ତୁ ବିଗବସ13 କୁ ଅଧାରୁ ଛାଡିପାରନ୍ତି ଦେବୋଲିନା, ଘରେ ହୋଇଥିବା ଏହି ଘଟଣା ହୋଇପାରେ କାରଣ

ନିକଟରେ କାଜଲ ଓ ଅଜୟଙ୍କ ଫିଲ୍ମ ‘Tanhaji: The Unsung Warrior’ ରିଲିଜ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମରେ କାଜଲ ଓ ଅଜୟଙ୍କ ସହିତ ସେଫା ଅଲ୍ଲୀ ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ଏହା ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.