କେବେ ବି ଘରେ ଲଗାନ୍ତୁ ନାହିଁ ଏହିସବୁ ଫଟୋ, ଅନ୍ଧକାରମୟ ହେବ ଜୀବନ

ଆମ୍ଭେମାନେ ଘର ସଜାଇବା ପାଇଁ ବେଳେ ବେଳେ କାନ୍ଥରେ ଫଟୋ ଲଗାଇଥାଉ। ଯାହା ଘରକୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଅନେକ ଫଟୋ ଏପରି ରହିଥାଏ ଯେ ଯାହା ନିଜ ଆଡକୁ ଆକର୍ଷିତ କରିଥାଏ। କିନ୍ତୁ ଏପରି ଫଟୋ ଘରେ ଲଗାଇବା ପୂର୍ବରୁ ଜାଣିଦିଅନ୍ତି, କ’ଣ ରହିଛି ଏହାର ବାସ୍ତୁ ଦୋଷ। ଏହା ଆପଣଙ୍କ ଉପରେ ସକାରାତ୍ମକ କିମ୍ବା ନକାରାତ୍ମକ ପ୍ରଭାବ ପକାଉଛି କି ନାହିଁ, ତାହା ଜାଣିନେବା ଉଚିତ। ଏପରି କେତେକ ଫଟୋ ରହିଛି, ଯାହା ଆପଣଙ୍କ ଜୀବନରେ ନକାରାତ୍ମକା ଭରିଦେଇଥାଏ। ସବୁବେଳେ ଏହି ଫଟୋରୁ ଦୂରେଇ ରୁହନ୍ତୁ। କେବେ ବି ଘରେ ଏପରି ଫଟୋ ଲଗାନ୍ତୁ ନାହିଁ।

mahabhart

– ମହାଭାରତ ଯୁଦ୍ଧକୁ ନେଇ ଥିବା ଫଟୋଚିତ୍ର ବଜାରରେ ସହଜରେ ମିଳିଯାଏ। କିନ୍ତୁ କେବେ ବି ଏହି ଫଟୋକୁ ଘରେ ଲଗାନ୍ତୁ ନାହିଁ। ଏହି ଫଟୋ ଯୋଗୁଁ ବ୍ୟକ୍ତିର ଚିନ୍ତାଧାରା ଆକ୍ରାମକ ହୋଇଯାଏ। ସ୍ୱଭାବରେ କ୍ରୋଧ ବଢାଇଥାଏ ଏହି ଫଟୋ।

ଏହାସହ ପଢ଼ନ୍ତୁ ; ସ୍ବପ୍ନରେ ଦେଖୁଛନ୍ତି କି ଏହିସବୁ ଜିନିଷ, ତେବେ ଖୁବଶୀଘ୍ର ହେବ ବିବାହ

– ଆପଣ ଏପରି କେତେକ ଫଟୋ ଦେଖିଥବେ, ଯେଉଁଥିରେ ପାଣିର ଫୁଆରା ଉଠୁଥିବା ଦେଖିବାକୁ ମିଳିଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପାଣି ବୋହିବା ଭଳି ଘରକୁ ଆସୁଥିବା ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଯାଏ। ତେଣୁ ସବୁବେଳେ ଏଭଳି ଫଟୋରୁ ଦୂରେଇ ରୁହନ୍ତୁ।

pani

– ବୁଡିଯାଉଥିବା ଜାହାଜର ଫଟୋ କେବେ ବି ଘରେ ଲଗାନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି ଫଟୋ ଘରେ ଲଗାଇବା ଦ୍ୱାରା ପ୍ରତ୍ୟେକ ଦିନ ଏହି ଫଟୋକୁ ଦେଖିଲେ ବ୍ୟକ୍ତିଙ୍କ ଚିନ୍ତାଧାରା ଉପରେ ପ୍ରଭାବ ପଡିଥାଏ। ଏହି ଫଟୋ ଭାଗ୍ୟ ସମ୍ବନ୍ଧୀୟପ୍ରଭାବ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.