ଗର୍ଜିଲା ମଦ୍ୟପଙ୍କ ବନ୍ଧୁକ, ମହିଳା ଡ୍ୟାନ୍ସର ହେଲେ ଆହତ, ଦେଖନ୍ତୁ  ଲାଇଭ  ଭିଡିଓ

ଲକ୍ଷ୍ନୌ: ଷ୍ଟେଜରେ ନାଚୁଥିବା ନର୍ତିକିଙ୍କୁ  ଅଧାରୁ ଗୁଳି କଲେ ଜଣେ ବ୍ୟକ୍ତି।  କାହିଁକି ନାଚ ବନ୍ଦ କଲ କହି ଷ୍ଟେଜ ଉପରେ ସର୍ବ ସମ୍ମୁଖରେ  ଫାୟାରିଂ କଲେ କଳା ବ୍ଲେଜର ପିନ୍ଧା ଜଣେ ବ୍ୟକ୍ତି।  ଭିଡିଓରୁ ଜଣା ପଡୁଛି ଯେ ଦୁଇଜଣ ଡ୍ୟାନ୍ସର ଷ୍ଟେଜ ଉପରେ ଡ୍ୟାନ୍ସ କରୁଥିଲେ । ଏହି ସମୟରେ ଜଣେ କଳା ରଙ୍ଗର ବ୍ଲେଜର ପିନ୍ଧା ମଦ୍ୟପ ବ୍ୟକ୍ତି ହାତରେ ବନ୍ଧୁକ ଧରି ହଠାତ ଷ୍ଟେଜ ଉପରକୁ ଚଢି ଆସି ଡ୍ୟାନ୍ସରଙ୍କୁ ଡ୍ୟାନ୍ସ ବନ୍ଦ କଲେ ଫାୟାରିଂ କରିଦେବି ବୋଲି  କହିଥିଲେ। କିନ୍ତୁ ସେଥିରେ ଜଣେ  ଡ୍ୟାନ୍ସର ନାଚ ବନ୍ଦ କରିଦେବାରୁ ହଠାତ ତାଙ୍କ ମୁହଁ ଉପରକୁ ଫାୟାରିଂ କରିଦେଲେ ସେହି ବ୍ଲେଜର ପିନ୍ଧା ବ୍ୟକ୍ତି। ଯାହା ଫଳରେ ହୀନା ନାମକ ୨୨ ବର୍ଷିୟ ମହିଳା ଡ୍ୟାନ୍ସର ଜଣକ ଗୁରୁତର ଆହାତ ହୋଇଥିଲେ। ଷ୍ଟେଜରେ ଥିବା  ନୌନା ନାମକ ଜଣେ ସହୋଯୋଗୀ ଡ୍ୟାନ୍ସର ସଙ୍ଗେ ସଙ୍ଗେ ହୀନାଙ୍କୁ ଉଠାଇ ନେଇଥିଲେ। ପରେ ଷ୍ଟେଜ ତଳେ ଥିବା କିଛି ଲୋକ ଫାୟାରିଂ କରିଥିବା ବ୍ୟକ୍ତିଙ୍କୁ ସାଙ୍ଗେ ସାଙ୍ଗେ କାବୁ କରିନେଇ ପୋଲିସର ଜିମା ଦେଇଥିଲେ  ଏହି ଘଟଣା ଉତ୍ତରପ୍ରଦେଶ ଚିତ୍ରକୋଟ ଗ୍ରାମର ବୋଲି ଜଣା ପଡିଛି। ରବିବାର ଦିନ ମୁଖିଆ ସୁଧିର ସିଂହ ପଟେଲଙ୍କ ଝିଅ  ବାହାଘରରେ ଏହି ନାଚ ରଙ୍ଗର ଆୟୋଜନ ହୋଇଥିଲା।  ଏବେ ଦେଖନ୍ତୁ  ପୁରା ଭିଡିଓଟିକୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.