ଏହି ମନ୍ଦିରରେ ଶୋଇବା ପରେ ଘଟିଥାଏ ଏଭଳି ଚମତ୍କାର, ବିଜ୍ଞାନ ବି ମାନିଲା ହାର

ବେଳେବେଳେ ବିଶ୍ୱାସ ଆଗରେ ହାରମାନେ ବିଜ୍ଞାନ। ବିଶ୍ୱାସ କରିହେଉନଥିଲେ ମଧ୍ୟ କଥାଟା ସତ। ଦୁନିଆରେ ରହିଛି ଏକ ଚମତ୍କାରୀ ମନ୍ଦିର ଯେଉଁଠି ନିଃସନ୍ତାନ ମହିଳାମାନେ କେବଳ ଶୋଇବା ଦ୍ୱାରା ଗର୍ଭବତୀ ହୋଇଯାନ୍ତି। ଯଦିଓ ଏହା ବିଜ୍ଞାନକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି।

ସୂଚନା ଅନୁଯାୟୀ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ରହିଛି ଏକ ଗ୍ରାମ ଯାହାର ନାମ ସିମସ ଯେଉଁଠାରେ ରହିଛି ସିମସା ମନ୍ଦିର। କୁହାଯାଏ ଏହି ମନ୍ଦିରରେ ଶୋଇବା ପରେ ମହିଳାଙ୍କୁ ଗର୍ଭବତୀ ହେବା ପୂର୍ବରୁ ହିଁ ଜଣାପଡ଼ିଯାଏ ଯେ ତାଙ୍କୁ ପୁଅ ହେବ କି ଝିଅ। ସେଠାକାର ଲୋକମାନଙ୍କ କହିବା ଅନୁଯାୟୀ ମା ସାରଦା ନିଜେ ସ୍ୱପ୍ନରେ ଆସି ମହିଳାଙ୍କୁ ସଂକେତ ଦେଇଥାନ୍ତି।

Image result for are Nisntan women to sleep in the temple pregnant

ଏହାସହ ପଢନ୍ତୁ ଏତେ ଛୋଟ ଦେଶ ଯାହାକୁ ପାଦରେ ଚାଲି କରିପାରିବେ ଭ୍ରମଣ

ନବରାତ୍ରି ଅବସରରେ ମା ସିମସା ମନ୍ଦିରରେ ସଲିନ୍ଦରା ଉତ୍ସବ ପାଳନ କରାଯାଇଥାଏ ଯାହାର ଅର୍ଥ ହେଉଛି ସ୍ୱପ୍ନରେ ଆସିବା। ଏହା ହେଉଛି ସେହି ସମୟ ଯେତେବେଳେ ସୋଇଥିବା ନିଃସନ୍ତାନ ମହିଳାମାନଙ୍କୁ ମା ସ୍ୱପ୍ନରେ ଦର୍ଶନ ଦେଇଥାନ୍ତି। କେବଳ ରାତିରେ ନୁହେଁ ଦିନରେ ମଧ୍ୟ ମହିଳାମାନେ ଏଠାରେ ଶୋଇଥିବାର ଦେଖାଯାଏ ।

କୁହାଯାଏ ଯେ ଯେଉଁ ମହିଳା ମନରେ ଶ୍ରଦ୍ଧା ଓ ଭକ୍ତି ନେଇ ଏହି ମନ୍ଦିରକୁ ଆସନ୍ତି ଦେବୀ ମା ତାଙ୍କୁ ଆଶୀର୍ବାଦ କରିଥାନ୍ତି । ଏଠାରେ ସ୍ୱପ୍ନରେ ଅମୃତ ଦେଖିବାର ଅର୍ଥ ହେଉଛି ପୁତ୍ରଜନ୍ମ ଏବଂ ଯଦି ସ୍ୱପ୍ନରେ ଭେଣ୍ଡି ଦେଖିବାକୁ ମିଳୁଛି ତେବେ ତାହାର ଅର୍ଥ ଝିଅ ଜନ୍ମ ହେବ । ଏହାବ୍ୟତୀତ ଯଦି ମହିଳା ସ୍ୱପ୍ନରେ କାଠ, ପଥର କିମ୍ବା କୌଣସି ଧାତୁ ଦେଖିବେ ତେବେ ତାର ଅର୍ଥ ହେଉଛି ସେ କେବେ ମା ହୋଇପାରିବେ ନାହିଁ ।

Leave A Reply

Your email address will not be published.