ଆପଣ ଜାଣିଛନ୍ତି କି ‘Windows-XP’ର ଏହି ଓ୍ଵାଲ୍‌ପେପର୍‌ ଆସିଲା କେଉଁଠୁ? ପଢ଼ନ୍ତୁ କାହିଁକି ଏହାକୁ କରିହେବ ନାହିଁ ପୁର୍ନବ୍ୟବହାର

ଯଦି ଆପଣ କିଛି ବର୍ଷ ପୂର୍ବରୁ କମ୍ପ୍ୟୁଟର ଚଲାଉଥିଲେ କିମ୍ବା ଏବେ ବି ଯଦି ଆପଣ Windows-XP ଉପରେ କାମ କରୁଛନ୍ତି, ତା’ହେଲେ ଏହାର ଡିଫଲ୍ଟ ଓ୍ଵାଲ୍‌ପେପର ନିଶ୍ଚିତ ଦେଖିଥିବେ। ଆପଣଙ୍କୁ ଜଣାଅଛି କି, ଘରେ ଘରେ ପରିଚିତ ଥିବା Windows-XPର ଏହି ଫଟୋ ଆସିଛି କେଉଁଠୁ? ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଏହି ଡିଫଲ୍ଟ ଓ୍ଵାଲ୍‌ପେପର କୌଣସି କମ୍ପ୍ୟୁଟର ଜେନେରେଟେଡ୍‌ ନୁହେଁ, ବରଂ ଏକ ବାସ୍ତବ ଫଟୋ।

ଏହା ଜାଣି ଆହୁରି ଆଶ୍ଚଯ୍ୟର୍ ହୋଇପାରନ୍ତି ଯେ ଏହି ଫଟୋ ଦୈବସଂଯୋଗ ଯୋଗୁ ଆସିଛି। ମାଇକ୍ରୋସଫ୍ଟ Windows-XPର ଏହି ଡିଫଲ୍ଟ ଓ୍ଵାଲ୍‌ପେପରକୁ ନେଇ ଆରମ୍ଭରୁ ହିଁ ବହୁତ ସସ୍‌ପେନ୍ସ ରହିଆସିଛି।

photo4

କିଛି ବର୍ଷ ପୂର୍ବରୁ ଏହି ଫଟୋର ଲୋକେଶନ କାହାକୁ ଜଣା ନ ଥିଲା। ଲୋକେ ଫଟୋ ଦେଖି କେବଳ ଅନୁମାନ କରୁଥିଲେ। କେହି କେହି ଏହା ଫ୍ରାନ୍ସର ଫଟୋ ବୋଲି କହୁଥିବା ବେଳେ ଆଉ କେହି ସ୍ୱିଜରଲ୍ୟାଣ୍ଡ ବୋଲି ଦାବି କରୁଥିଲେ। ଆପଣଙ୍କୁ ଆଶ୍ଚଯ୍ୟର୍ ଲାଗିବ ଯେ ଏକ େଓ୍ଵବ୍‌ସାଇଟ ଏହାକୁ ଆୟରଲ୍ୟାଣ୍ଡର ବୋଲି ମଧ୍ୟ ଘୋଷଣା କରିଦେଇଥିଲା।

ଆଜି ଆମେ ଆପଣଙ୍କୁ ଏହି ଫଟୋର ସତ୍ୟତା ବିଷୟରେ କହିବାକୁ ଯାଉଛୁ। ଫଟୋକୁ ଚାର୍ଲସ ଉଠାଇଥିଲେ। ଏହାକୁ ନେଇ ଉଠିଥିବା ବିଭିନ୍ନ ଗୁଜବ ମାର୍କେଟକୁ ପୂରା ଗରମ ହୋଇଯାଇଥିଲା ଏବଂ ଏଠାକାର ଇଞ୍ଜିନିୟରମାନେ ଏକ ସର୍ତ୍ତ ଲଗାଇଥିଲେ। ସେମାନେ ଚାହୁଁଥିଲେ, ଚାର୍ଲସ ଏହି ଘଟଣାରୁ ପରଦା ଉଠାନ୍ତୁ। ଏହାପରେ ଚାର୍ଲସ ଫଟୋର ଲୋକେଶନ କହି ସମସ୍ୟାର ସମାଧାନ କରିଥିଲେ।

photo5

ଏହି ଫଟୋ ଆମେରିକାର କାଲିଫର୍ଣ୍ଣିଆ ଅଞ୍ଚଳର। ୧୯୯୬ ମସିହା ଜାନୁୟାରୀ ମାସ କଥା। ଚାର୍ଲସ୍‌ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଦେଖା କରିବା ପାଇଁ କାର୍‌ରେ ବାହାରିଥିଲେ। ରାସ୍ତାରେ ଯିବା ବେଳେ ହଠାତ୍‌ ଘନ ଅନ୍ଧକାର ତୋଫାନ୍‌ ମାଡ଼ିଆସିବାରୁ ଚାର୍ଲସଙ୍କୁ ସେଠାରେ କିଛି ସମୟ ପାଇଁ ଅଟକିବାକୁ ପଡ଼ିଥିଲା। ପାଗ ପରିବର୍ତ୍ତନ ହେବା ପରେ ସୋନୋମା ହାଇେଓ୍ଵରେ ତାଙ୍କ କାର୍‌ ଗଡ଼ିଥିଲା। ତେବେ ଯିବା ବାଟରେ ଚାର୍ଲସଙ୍କ ନଜର ଏକ ପାହାଡ଼ ଉପରେ ପଡ଼ିଥିଲା ଏବଂ ସେଠାରେ ସେ କିଛି କ୍ଷଣ ଅଟକି ଯାଇଥିଲେ। ସାମ୍ନାରେ ଏତେ ସୁନ୍ଦର ଦୃଶ୍ୟ ଥିଲା ଯେ ସେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ଆଉ ପ୍ରଫେଶନାଲ୍‌ ଫଟୋଗ୍ରାଫର ହୋଇଥିବାରୁ ସେହି ମୁହୂର୍ତ୍ତକୁ ନିଜ କ୍ୟାମେରା ଲେନ୍ସରେ କଏଦ କରିଦେଇଥିଲେ। ଚାର୍ଲସ କିଛି କିଛି ସମୟ ଅନ୍ତରାଳରେ ୪ଟି ଫଟୋ ଉଠାଇଥିଲେ ଏବଂ ସେଠାରୁ ଚାଲିଆସିଥିଲେ।

photo6

ସେତେବେଳେ ଚାର୍ଲସ ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ କାମ କରୁଥିଲେ। ତାଙ୍କ ଚ୍ୟାନେଲ ପାଇଁ ଏହି ଫଟୋ କୌଣସି କାମରେ ଆସି ନ ଥିଲା, ଯେଉଁ କାରଣରୁ ସେ ସେହି ଫଟୋଗୁଡ଼ିକୁ େଓ୍ଵବ୍‌ସାଇଟ କାର୍ବିଜରେ ପକାଇଦେଇଥିଲେ। ସେଠାରେ ଲୋକେ କିଛି ପଇସା ଦେଇ ଏହାର ବ୍ୟବହାର କରିପାରୁଥିଲେ।

୪/୫ ବର୍ଷ ଯିବା ପରେ ଚାର୍ଲସଙ୍କୁ ହଠାତ୍‌ ମାଇକ୍ରୋସଫ୍ଟର ଡେଭେଲୋପ୍‌ମେଣ୍ଟ ଟିମ୍‌ ତରଫରୁ କଲ୍‌ ଆସିଥିଲା। ସେମାନଙ୍କୁ ଚାର୍ଲସଙ୍କ ଫଟୋଗୁଡ଼ିକ ନିଜ ଅପରେଟିଙ୍ଗ୍‌ ସିଷ୍ଟମ୍‌ର ଡିଫଲ୍ଟ ଓ୍ଵାଲ୍‌ପେପର ପାଇଁ ଦରକାର ଥିଲା। ସେମାନେ ଏହି ଫଟୋଗୁଡ଼ିକୁ ଭଡ଼ାରେ ନୁହେଁ, ବରଂ ସେଗୁଡ଼ିକର ଅରିଜିନାଲ୍‌ ନେଗେଟିଭ୍‌ ସହ କିଣିବାକୁ ଚାହୁଁଥିଲେ, ଯେପରି ସେହି ଫଟୋଗୁଡ଼ିକୁ ଆଉ କେହି ପୁର୍ନବ୍ୟବହାର କରିପାରିବେ ନାହିଁ।

photo8

ମାଇକ୍ରୋସଫ୍ଟ ଯେଉଁ ମୂଲ୍ୟ ଚାର୍ଲସଙ୍କୁ ଅଫର କରିଥିଲା, ତାହା ବାସ୍ତବରେ ଆଶ୍ଚଯ୍ୟର୍ କରିଦେବା ଭଳି ଥିଲା। ଯଦିଓ ଏହାର ପ୍ରକୃତ ମୂଲ୍ୟ ବିଷୟରେ ଏ ପଯ୍ୟର୍ନ୍ତ କୌଣସି ଖୁଲାସା ହୋଇପାରିନାହିଁ। ଚାର୍ଲସଙ୍କଠାରୁ ଗୋପନୀୟ ଭାବେ ଏକ ଏଗ୍ରିମେଣ୍ଟ୍‌ ସାଇନ୍‌ କରାଯାଇଥିଲା। ତାଙ୍କୁ କୁହାଯାଇଥିଲା, ସେ ଅରିଜିନାଲ୍‌ ରୋଲ୍‌ ସେମାନଙ୍କୁ ପଠାନ୍ତୁ। ମାଇକ୍ରୋସଫ୍ଟ ଚାର୍ଲସଙ୍କ ପାଇଁ ପ୍ଲେନ୍‌ ଟିକେଟ୍‌ ପଠାଇଥିଲା। ଚାର୍ଲସ ନିଜେ ଯାଇଥିଲେ ଏବଂ ଫଟୋଗୁଡ଼ିକୁ ଡେଲିଭର କରିଦେଇଥିଲେ।

ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଲୋକେଶନ ଜଣାପଡ଼ିବା ପରେ କିଛି ଲୋକ ସେଠାକୁ ଯାଇ ସେହି ଫଟୋକୁ ଆଉଥରେ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ କେହି ସଫଳ ହୋଇପାରି ନ ଥିଲେ। ଏହାର ସବୁଠାରୁ ବଡ଼ କାରଣ ଥିଲା, ସେଠାରେ ଅଙ୍ଗୁରଲତା ହୋଇଯାଇଥିଲା। ଫଳରେ ସମତଳ ପାହାଡ଼ର ଭ୍ୟୁ ନେବା ଅସମ୍ଭବ ଥିଲା।

Leave A Reply

Your email address will not be published.