ମଣଦା ବନାଞ୍ଚଳ ଅନୁକୂଲ୍ୟରେ ପାଳନ ହୋଇଛି “ସବୁଜ ନବ ବର୍ଷ ୨୦୨୦”

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବଡଶିଆଳି ଗ୍ରାମରେ ବନ ବିଭାଗ ଦ୍ୱାରା ଗୁରୁବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ନାଁ ରଖାଯାଇଥିଲା ‘ସବୁଜ ନବ ବର୍ଷ ୨୦୨୦” । ଉତ୍ସବଟିକୁ ମଣଦା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ବନ ବିହାରୀ ସର୍ଦ୍ଦାର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମଧ୍ୟ ସେ ଯୋଗ ଦେଇଥିଲେ । ଏହି ସଭାରେ ମଣଦା ବନପାଳ ଶ୍ରୀଯୁକ୍ତ ସୁଶାନ୍ତ ପାତ୍ର ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ବିଷୟରେ ବହୁ ଆଲୋଚନା ମାନ ମଧ୍ୟ କରିଥିଲେ । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଂଯୋଜକ ଶ୍ରୀଯୁକ୍ତ ବିଜୟ କେତନ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

bananchala

ସଭାସମିତି ମାଧ୍ୟମରେ ଲୋକଙ୍କ ନିକଟକୁ ଯାଇ ଜଙ୍ଗଲ କ୍ଷୟ ନେଇ ସଚେତନତା ସୃଷ୍ଟି କରିବା ତଥା ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ଥିଲା ଏହି ଉତ୍ସବ ଆୟୋଜନର ମୂଳ ଲକ୍ଷ । ମିଳିଥିବା ସୂଚନା ଅନୁଯାୟୀ ଜଙ୍ଗଲ ତଥା ପରିବେଶ ବିଭାଗ ତରଫରୁ ଜାନୁଆରୀ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବନ ସୁରକ୍ଷା ସମିତି ମାଧ୍ୟମରେ ‘ସବୁଜ ନବ ବର୍ଷ ୨୦୨୦’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପାଞ୍ଚ ଦିନ ମଧ୍ୟରେ ୧ କୋଟି ଚାରା ବାଣ୍ଟିବାକୁ ମଧ୍ୟ ଲକ୍ଷ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.