ଅଷ୍ଟ୍ରେଲିଆ ଜଙ୍ଗଲଗୁଡ଼ିକରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଛି। ଏଥିଯୋଗୁ ସାରା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଅଷ୍ଟ୍ରେଲିଆ ଇତିହାସର ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଅଷ୍ଟ୍ରେଲିଆ ଜଙ୍ଗଲଗୁଡ଼ିକ ଗତ ୪ ମାସ ହେବ ନିଅାଁରେ କୁହୁଳୁଛି। ଏହାକୁ ନଜରରେ ରଖି ଦେଶର ପ୍ରଧାନମନ୍ତ୍ରୀ ସ୍କଟ୍ ମ୍ୟାରିସନ୍୧୩ ଜାନୁୟାରୀରୁ ତାଙ୍କର ୪ ଦିବସୀୟ ଭାରତ ଗସ୍ତକୁ ବାତିଲ୍ କରିଦେଇଛନ୍ତି। ଆସନ୍ତା ମାସରେ ସେ ଏ ନେଇ ପୁଣିଥରେ ତାରିଖ ଧାଯ୍ୟର୍ କରିବେ ବୋଲି କହିଛନ୍ତି। ତେବେ ମ୍ୟାରିସନ୍ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବ୍ୟାପକ ଦ୍ୱିପାକ୍ଷିକ ବିଷୟରେ କଥାବାର୍ତ୍ତା ହୋଇଥାଆନ୍ତେ। ସେପଟେ ୪ ମାସ ବିତିଯାଇଥିଲେ ମଧ୍ୟ ଜଙ୍ଗଲରେ ଲାଗିଥିବା ନିଅାଁ ଥମିବାର ନାଁ ଧରୁନି।
ସବୁଠାରୁ ଅଧିକ ମରିଛନ୍ତି କୋଆଲା ଭାଲୁ
ୟୁନିଭର୍ସିଟି ଅଫ୍ ସିଡ୍ନୀର ଜଣେ ଅର୍ଥନୀତିଜ୍ଞଙ୍କ ଆକଳନ ଅନୁସାରେ, ଏହି ନିଅାଁ ସଂସ୍ପର୍ଶରେ ଆସି ଏ ପଯ୍ୟର୍ନ୍ତ ୧୮ରୁ ଊର୍ଦ୍ଧ୍ୱ ଲୋକ ଏବଂ ୫୦ କୋଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିସାରିଲେଣି। ଏଥିରେ ସ୍ତନ୍ୟପାୟୀ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ଗୁରୁଣ୍ଡୁଥିବା ଜୀବ, ସମସ୍ତେ ସାମିଲ ଅଛନ୍ତି।
ନ୍ୟୁ ସାଉଥ୍ େଓ୍ଵଲ୍ସର ମଧ୍ୟ-ଉତ୍ତର ଅଞ୍ଚଳରେ ସବୁଠାରୁ ଅଧିକ କୋଆଲା ଭାଲୁ ବସବାସ କରନ୍ତି। କିନ୍ତୁ ଦୁଃଖଦ ବିଷୟ, ଜଙ୍ଗଲ ନିଅାଁରେ ଜଳି ଏବେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।
ଶତାଧିକ ଘର ନିଅାଁରେ ଛାର୍ଖାର
ସୂଚନା ମୁତାବକ, ନିଅାଁର ପ୍ରକୋପରେ ସମୁଦ୍ର ତଟବର୍ତ୍ତୀ ପାଖାପାଖି ୨୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। କିଛି ଲୋକ ଏବେ ବି ନିଅାଁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି। ଏ ପଯ୍ୟର୍ନ୍ତ ୧୮ଜଣଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ଭିକ୍ଟୋରିଆର ପୂର୍ବ ଜିପ୍ସଲ୍ୟାଣ୍ଡରେ ୪୩ ଏବଂ ନ୍ୟୁ ସାଉଥ୍ େଓ୍ଵଲସରେ ୧୭୬ଟି ଘର ନିଅାଁରେ ଜଳି ପାଉଁଶ ହୋଇଯାଇଛି। ନ୍ୟୁ ସାଉଥ୍ େଓ୍ଵଲ୍ସ ରୁରାଲ୍ ଫାୟାର୍ ସର୍ଭିସ୍ର କହିବା ଅନୁଯାୟୀ, ଏହି ନିଅାଁରେ ୯୧୬ଟି ଘର ଜଳିଯାଇଥିବା ବେଳେ ୩୬୩ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି।
ଏହି ଅଞ୍ଚଳରେ ଲାଗିଛି ନିଆଁ
ପ୍ରଥମେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ େଓ୍ଵଲ୍ସ ଷ୍ଟେଟ୍ରେ ନିଅାଁ ଲାଗିଥିଲା। ରାଜଧାନୀ ମେଲବର୍ଣ୍ଣ ଏବଂ ସିଡ୍ନୀ ଏହି ଷ୍ଟେଟ୍ର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏଠାରେ ପାଖାପାଖି ୭୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଧୀରେ ଧୀରେ ନିଅାଁର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଏହା ପଡ଼ୋଶୀ ରାଜ୍ୟ ଭିକ୍ଟୋରିଆ ପଯ୍ୟର୍ନ୍ତ ବ୍ୟାପିଯାଇଥିଲା। ଗତ ସପ୍ତାହରେ ତଟୀୟ ପଯ୍ୟର୍ଟକ ସହର ମଲ୍ଲକୁଟା ଜଙ୍ଗଲରେ ନିଅାଁ ଲାଗିଥିଲା, ଯେଉଁଥିପାଇଁ ସହରର ପାଖାପାଖି ୪୦୦୦ ଲୋକଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଥିଲା। ଏଠାକାର ଭୋଲମି ନ୍ୟାଶନାଲ ପାର୍କ, ପୋର୍ଟ ମକ୍ୟୁରି, ନ୍ୟୁକୋଷ୍ଟାଲ ଏବଂ ବ୍ଲୁମାଉଣ୍ଟେନ୍ସ ଅଞ୍ଚଳର ଜଙ୍ଗଲ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା।
କାହିଁକି ଏବଂ କେମିତି ଲାଗିଲା ନିଅାଁ?
ଜଙ୍ଗଲରେ ନିଅାଁ ଲାଗିବା ଏକ ପ୍ରାକୃତିକ ଘଟଣା। କିନ୍ତୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନାବୃଷ୍ଟି, ରେକର୍ଡ ସ୍ତରରେ ପହଞ୍ଚିଥିବା ଗ୍ରୀଷ୍ମ ପ୍ରବାହ ଏବଂ ପବନର ଗତି ଯୋଗୁ ନିଅାଁ ଅଧିକ ଅଞ୍ଚଳକୁ ବ୍ୟାପିଯାଇଛି।
ପାଣିପାଗ ବିଭାଗ ମୁତାବକ, ୨୦୧୭ରୁ ହିଁ ପୂର୍ବ ଅଷ୍ଟ୍ରେଲିଆ ଅନାବୃଷ୍ଟି ସମସ୍ୟାର ସମ୍ମୁଖୀନ ହେଉଛି। ଏଥର ନଭେମ୍ବରରେ ବର୍ଷାର ରେକର୍ଡ ନ୍ୟୂନତମ ସ୍ତରରେ ପହଞ୍ଚିଯାଇଥିଲା।
ପାଣିପାଗ ବିଭାଗ ଦ୍ୱାରା ଜାରି ବିଶେଷ ରିପୋର୍ଟରେ କୁହାଯାଇଛି ଯେ ଏହି ଋତୁରେ ଗରମ ଅଧିକ ବଢ଼ିପାରେ, ଯେଉଁଥିପାଇଁ ସବୁଠାରୁ ଅଧିକ ଅଗ୍ନିକାଣ୍ଡ ଘଟିପାରେ। ଅଷ୍ଟ୍ରେଲିଆ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଥିବାରୁ ଏଠାରେ ସେପ୍ଟେମ୍ବର ମାସରୁ ଗରମ ଅନୁଭୂତ ହୋଇଥାଏ। ଏହି ମାସରେ ସୂଯ୍ୟର୍ଙ୍କ ଦକ୍ଷିଣାୟନ ହେବା ଆରମ୍ଭ ହୋଇଯାଇଥାଏ। ଏଠାରେ ସୂଯ୍ୟର୍ଙ୍କ କିରଣ ସିଧାସଳଖ ଅଷ୍ଟ୍ରେଲିଆ ଉପରେ ପଡ଼ିଥାଏ।
କେବେ ଆରମ୍ଭ ହୋଇଥିଲା ଏହି ଅଗ୍ନିକାଣ୍ଡ?
ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ଜଙ୍ଗଲରେ ନିଅାଁ ଲାଗିବା ଆରମ୍ଭ ହୋଇଥିଲା। ରିପୋର୍ଟ ମୁତାବକ, ଏହି ଋତୁରେ ଉତ୍ତର-ପୂର୍ବ ନ୍ୟୁ ସାଉଥ୍ େଓ୍ଵଲ୍ସ ଏବଂ ଦକ୍ଷିଣ-ପୂର୍ବ କ୍ୱିନ୍ସଲ୍ୟାଣ୍ଡରେ ଦିନର ତାପମାତ୍ରା ସାମାନ୍ୟରୁ ଅଧିକ ରେକର୍ଡ କରାଯାଇଛି। ଆଦ୍ରତା ସବୁଠାରୁ କମ୍ ରହିଛି ଏବଂ ପବନ ଜୋର୍ରେ ବୋହୁଛି। ଯେଉଁ କାରଣରୁ ପାଖ ଅଞ୍ଚଳକୁ ବି ନିଅାଁ ବ୍ୟାପିଚାଲିଛି।
ଜୁଲାଇରୁ ଏ ପଯ୍ୟର୍ନ୍ତ ନ୍ୟୁ ସାଉଥ୍ େଓ୍ଵଲ୍ସରେ ୭୦ ଲକ୍ଷ ଏକର ଜମି ଜଳିସାରିଲାଣି। ରୁରାଲ୍ ଫାୟାର୍ ସର୍ଭିସ୍ ମୁତାବକ, ସାରା ଦେଶରେ ୧.୨୩ କୋଟି ଏକର ଅଞ୍ଚଳ ପ୍ରଭାବିତ ହୋଇଛି। ନ୍ୟୁ ସାଉଥ୍ େଓ୍ଵଲ୍ସରେ ପାଖାପାଖି ୧୪୦୦ଟି ଘର ଜଳି ପାଉଁଶ ହୋଇଯାଇଛି। କିଛି ଜାଗାରେ ନିଅାଁ ଧାସ ୨୩୦ ଫୁଟ୍ ବା ୭୦ ମିଟର ପଯ୍ୟର୍ନ୍ତ ଉଠିଯାଇଛି। ଏହା ସିଡ୍ନୀ ଓପେରା ହାଉସ୍ର ଉଚ୍ଚତା ୨୧୩ ଫୁଟ୍ଠାରୁ ବି ଅଧିକ ରହିଛି।
ବିଶ୍ୱର ସବୁଠାରୁ ବଡ଼ ଫାୟାର୍ ସର୍ଭିସ୍ ଯୋଗାଉଛି ସେବା
ନ୍ୟୁ ସାଉଥ୍ େଓ୍ଵଲ୍ସ ରୁରାଲ ସର୍ଭିସ୍ ବିଶ୍ୱର ସବୁଠାରୁ ବଡ଼ ଫାୟାର ସର୍ଭିସ୍। ଏଥିରେ ୭୪ ହଜାର ସ୍ୱେଚ୍ଛାସେବୀ କାମ କରୁଛନ୍ତି। ସରକାର ଉଦ୍ଧାର କାଯ୍ୟର୍ରେ ଜଡ଼ିତ ଥିବା ସ୍ୱେଚ୍ଛାସେବୀମାନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ସ୍କଟ୍ ମ୍ୟାରିସନ୍ କହିଛନ୍ତି, ସେଚ୍ଛାସେବୀମାନେ ଏହି କାଯ୍ୟର୍ ପାଇଁ ଆର୍ଥିକ ସହାୟତା ମାଗିନାହାନ୍ତି। କିନ୍ତୁ ଆମେ ସେମାନଙ୍କୁ କୌଣସି ଅସୁବିଧା ପହଞ୍ଚାଇବାକୁ ଦେବୁନାହିଁ। ନିଅାଁରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ହେଲିକପ୍ଟରର ମଧ୍ୟ ସାହାଯ୍ୟ ନିଆଯାଉଛି।