ସ୍ୱାମୀ ହ୍ଵାଟସ୍‌ଆପରେ ଡକାଇଲେ କଲ୍‌ଗାର୍ଲ, ଯେତେବେଳେ ସାମ୍ନାରେ ପହଞ୍ଚିଲେ ସ୍ତ୍ରୀ, ହେଲା ଏମିତି କିଛି

ଉତ୍ତରାଖଣ୍ଡର କାଶୀପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଦିନେଶପୁରରେ ରହୁଥିବା ଜଣେ ବ୍ୟକ୍ତି ଫୋନ୍‌ କରି କଲ୍‌ଗାର୍ଲଙ୍କୁ ଡକାଇଥିଲେ। କିନ୍ତୁ ଯେତେବେଳେ କଲ୍‌ଗାର୍ଲ ପହଞ୍ଚିଥିଲେ, ତାଙ୍କୁ ଦେଖି ବ୍ୟକ୍ତିଙ୍କ ଗୋଡ଼ ତଳୁ ଯେପରି ମାଟି ଖସିଯାଇଥିଲା। ପ୍ରକୃତ କଥା ହେଲା, ବ୍ୟକ୍ତି ଜଣକ ଯେଉଁ କଲ୍‌ଗାର୍ଲଙ୍କୁ ଡାକିଥିଲେ, ସେ ଆଉ କେହି ନ ଥିଲେ, ବରଂ ଥିଲେ ତାଙ୍କ ଧର୍ମପତ୍ନୀ।

କାଶୀପୁରର ଏଏସ୍‌ପି ରାଜେଶ ଭଟ୍ଟଙ୍କ କହିବା ଅନୁସାରେ, ଏହି ଘଟଣା କାଶୀପୁରର ଆଇଟିଆଇ ଥାନା ଅଞ୍ଚଳରେ ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କ ବିବାହ ଦିନେଶପୁରରେ ହୋଇଥିଲା। ମହିଳା ଜଣକ କିଛିଦିନ ଶ୍ୱଶୁର ଘରେ ରହିବା ପରେ ନିଜ ବାପଘର କାଶୀପୁର ଚାଲିଯାଇଥିଲେ।

call1

କୁହାଯାଉଛି କି, ଏହି ସମୟରେ କେହି ଜଣେ ତାଙ୍କ ସ୍ୱାମୀଙ୍କୁ ସୂଚନା ଦେଇଥିଲା ଯେ ତାଙ୍କ ସ୍ତ୍ରୀ ଦେହ ବେପାର କରୁଛନ୍ତି। ଏହି କଥା ଶୁଣି ସ୍ୱାମୀଙ୍କ ହୋସ୍‌ ଉଡ଼ିଯାଇଥିଲା। ଆଉ ସେ ସ୍ତ୍ରୀକୁ ଧରାପକେଇବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ବ୍ୟକ୍ତି ଜଣକ କାଶୀପୁରରେ ସେକ୍ସ ର‍୍ୟାକେଟ୍‌ ଚଲାଉଥିବା ଜଣେ ମହିଳାଙ୍କ ସହ ସମ୍ପର୍କ କରିଥିଲେ। ମହିଳା ଜଣକ ବ୍ୟକ୍ତିଙ୍କୁ ଅନ୍ୟ କେତେଜଣ ମହିଳାଙ୍କ ନାଁ କହିଥିଲେ। ଏହି ସମୟରେ ଯେତେବେଳେ ସେ ନିଜ ସ୍ତ୍ରୀଙ୍କ ନାଁ ଶୁଣିଥିଲେ, ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପଠେଇବା ପାଇଁ ଉକ୍ତ ମହିଳାଙ୍କୁ କହିଥିଲେ। ଏହାପରେ ସ୍ୱାମୀ ତାଙ୍କୁ ଧରିବାରେ ପୂରା ସକ୍ଷମ ହୋଇପାରିଥିଲେ। ଆଉ ଏହି ମାମଲା ଥାନାରେ ପହଞ୍ଚିଥିଲା।

ca33

ସେପଟେ ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀଙ୍କ ବିରୋଧରେ ଥାନାରେ ଏକ ଅଭିଯୋଗ କରିଥିଲେ। ସ୍ୱାମୀ ତାଙ୍କୁ ଯୌତୁକ ଦାବି କରୁଥିବା ସେ ଏତଲାରେ ଦର୍ଶାଇଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.