ଏବେ ଆପଣଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିବା କଷ୍ଟକର ହୋଇପାରେ। କେନ୍ଦ୍ର ସରକାର ଦେଶରେ ଥିବା ସମସ୍ତ ସୋସିଆଲ ମିଡିଆ ଫେସବୁକ୍ (Facebook) ହ୍ଵାଟ୍ସଆପ୍ (WhatsApp), ଇନଷ୍ଟାଗ୍ରାମ (Instagram), ଟ୍ଵିଟର (Twitter) , ଏବଂ ଟିକଟକ୍ (Tik Tok) ଆକାଉଣ୍ଟ ଖୋଲିବା ନିୟମକୁ ସକ୍ତ କରିବାକୁ ଯାଉଛନ୍ତି। ସରକାରଙ୍କ ନିଷ୍ପତି କରିଛନ୍ତି ଏବେ ବିନା କୌଣସସି ପ୍ରମାଣ ପତ୍ର (ID verification) ର କୌଣସି ଆକାଉଣ୍ଟ ଚାଲୁ କରାଯାଇପାରିବ ନାହିଁ।
କାହିଁକି ଆବଶ୍ୟକ ପ୍ରମାଣପତ୍ର ପରୀକ୍ଷା:
ଆଇଟି ମନ୍ତ୍ରାଳୟ ପକ୍ଷରୁ କହିବାଦନୁଯାୟୀ ବର୍ତ୍ତମାନ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍, ମିଥ୍ୟା ଖବର, ଅସାଂପ୍ରଦାୟିକ ଖବର ଏବଂ ମହିଳାଙ୍କ ଉପରେ ଅଶ୍ଳୀଳ କମେଣ୍ଟ ଭଳି ଅନେକ ଘଟଣା ବଢିଚାଲିଛି। ଅସାମାଜିକ ଲୋକମାନେ ନିଜର ଫେକ୍ ଆକାଉଣ୍ଟ କରି ସୋସିଆଲ ମିଡିଆର ଖରାପ ବ୍ୟବହାର କରୁଛନ୍ତି। ବର୍ତ୍ତମାନ କିନ୍ତୁ ଏହି ଘଟଣା ଉପରେ ଦୃଢ ପଦକ୍ଷେପ ନେବା ପାଇଁ ନୂଆ ଆଇନ୍ ଲାଗୁ କରାଯଯିବ। ସୂଚନା ମୁତାବକ ବହୁତ ଜଲଦି ଏହି ସମ୍ପର୍କରେ କ୍ୟାବିନେଟ ବୈଠକ ପରେ ସଂସଦରେ ଆଲୋଚନା କରାଯିବ।
ଜାଣନ୍ତୁ କିପରି ହେବ ID verification:
ଏହି ଘଟଣା ସମ୍ପର୍କରେ ପ୍ରସ୍ତୁତ ହୋଇଥିବା ଚୁକ୍ତି ସହ ଜଡିତ ଜଣେ ଅଧିକାରୀଙ୍କ କହିବାନୁଯାୟୀ ବର୍ତ୍ତମାନ କୌଣସି ବି ପ୍ରଚଳିତ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ପୂର୍ବରୁ ୟୁଜର୍ସଙ୍କୁ ନିଜ ବିଷୟରେ ପ୍ରମାଣ ଉପଲବ୍ଧ କରିବାକୁ ପଡିବ। ଏଥିରେ ୟୁଜରଙ୍କୁ ନିଜର ଇ-ମେଲ ଆଇଡି ବ୍ୟତୀତ ଫୋନ ନମ୍ବର ମଧ୍ୟ ଭେରିଫାଇ କରିବା ଅନିବାର୍ଯ୍ୟ। ଏଥିସହ ଇଣ୍ଟରନେଟ୍ କମ୍ପାନୀକୁ ମଧ୍ୟ ୟୁଜର୍ସଙ୍କ ଲୋକେସନ ଭେରିଫାଇ କରିବା ପାଇଁ କୁହାଯାଇଛି। ଏହାଦ୍ୱାରା ଫେକ୍ ଆକାଉଣ୍ଟ ଖୋଲିବା କମ ହୋଇପାରିବ। ଏଥିସହ ଉଡା ଖବର ବା ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଧରିବା ସମ୍ଭବ ହୋଇପାରିବ।