କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହେଲା ସରସ୍ୱତୀ ପୂଜା, ଯୋଗଦେଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ
କେନ୍ୟୁଜ୍(ବ୍ୟୁରୋ): କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ସରସ୍ୱତୀ ପୂଜା ପାଳିତ । ସକାଳ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା ମାଆଙ୍କ ପୂଜା ବିଧି । ଦିନ ୧୧ ଟାରେ ସମ୍ପନ୍ନ ହୋଇଥିଲା । ବିଶ୍ୱବିଦ୍ୟାଳୟ କୁଳପତି ହରେକୃଷ୍ଣ ଶତପଥୀ ପୂଜାର କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପୂଜାରେ ଯୋଗଦେଇ ସମସ୍ତଙ୍କ ସହ ମା ସରସ୍ୱତୀଙ୍କୁ ପୁଷ୍ପାଞଳି ଅର୍ପଣ କରିଥିଲେ । ପୂଜାରେ ସାମିଲ ହୋଇଥିଲେ କିସ୍ ନିର୍ଦ୍ଦେଶକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଅଭିଭାବକ । ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ସମସ୍ତେ ପ୍ରସାଦ ସେବନ କରିଥିଲେ ।