ଟଙ୍କା ଲେଣଦେଣରୁ ମଧ୍ୟ ବ୍ୟାପିପାରେ କରୋନା! ଲୋକଙ୍କୁ ସତର୍କ କଲା WHO

କରୋନା ଭାଇରସ୍‌ ବ୍ୟାପିବା ନେଇ ଏକାଧିକ କାରଣ ସାମ୍ନାକୁ ଆସୁଛି। ଏବେ ଆଉ ଏକ ବିଚିତ୍ର କାରଣ ଲୋକଙ୍କୁ ଭୟଭୀତ କରିଦେଇଛି। ବୈଜ୍ଞାନିକମାନଙ୍କ କହିବା ହେଲା, ଟଙ୍କା ଲେଣଦେଣ ଯୋଗୁ ମଧ୍ୟ କରୋନା ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଏ ନେଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

h1

ଚୀନ ଏବଂ କୋରିଆରୁ ଆସିଛି ଏମିତି ମାମଲା

ଚୀନ ଏବଂ କୋରିଆରୁ ମିଳିଥିବା ତଥ୍ୟକୁ ଆଧାର କରି WHO ସୂଚନା ଦେଇଛି ଯେ ‘ବ୍ୟାଙ୍କରୁ ବାହାରୁଥିବା ନୋଟ୍‌ରୁ ମଧ୍ୟ କରୋନା ଭାଇରସ୍‌ ବ୍ୟାପିପାରେ। କେହି ସଂକ୍ରମିତ ବ୍ୟକ୍ତି ଯଦି କୌଣସି ନୋଟ୍‌ ଅନ୍ୟଜଣଙ୍କ ହାତକୁ ଦେଇଥାଏ, ତା’ହେଲେ ଭାଇରସ୍‌ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି’। ଜଣେ ବ୍ୟାଙ୍କ ଅଧିକାରୀଙ୍କ କହିବା ହେଲା, ନୋଟ୍‌ ଯେଉଁ ମ୍ୟାଟେରିଆଲ୍‌ରୁ ତିଆରି ହୋଇଥାଏ, ସେଥିରେ ଭାଇରସ୍‌ ଏବଂ ବ୍ୟାକ୍ଟେରିଆ ଟ୍ରାନ୍ସପର ହେବାର ପୂରା ସମ୍ଭାବନା ରହିଛି। ତେଣୁ ସାଧାରଣ ଲୋକ ନଗଦ ଲେଣଦେଣରୁ ଦୂରେଇ ରହିବା ଉଚିତ।

h2

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି, ‘ଇଟାଲିରୁ ଆସିଥିବା ୧୬ଜଣ ପଯ୍ୟର୍ଟକଙ୍କଠାରେ କରୋନା ଭାଇରସ୍‌ ପଜିଟିଭ୍‌ ବାହାରିଛନ୍ତି। ଏହାସହ ସେମାନଙ୍କ ଡ୍ରାଇଭରର ରିପୋର୍ଟ ମଧ୍ୟ ପିଜିଟିଭ୍‌ ଆସିଛି। ଆଗ୍ରାରେ ୬ଜଣଙ୍କଠାରେ ଏହି ଭାଇରସ୍‌ ଦେଖାଦେଇଛି। ଦେଶରେ ବର୍ତ୍ତମାନ ମୋଟ ୨୫ଜଣ ଲୋକ କରୋନା ପଜିଟିଭ ଅଛନ୍ତି। ଦିଲ୍ଲୀ ଏବଂ ତେଲେଙ୍ଗାନାରେ ଜଣେ ଜଣେ କରୋନା ପୀଡ଼ିତ ଥିବା ବେଳେ କେରଳରେ ୩ ରୋଗୀ ଏବେ ସୁସ୍ଥ ହୋଇଛନ୍ତି’।

Leave A Reply

Your email address will not be published.