ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ନିଜର ହସ ରୋକିପାରିବେ ନାହିଁ। ସରୀସୃପ ମାନଙ୍କ ମଧ୍ୟରୁ ମଗରମାଛ ଅର୍ଥାତ କୁମ୍ଭୀର ସବୁଠାରୁ ବଡ। ଆପଣମାନେ ତ ଜାଣିଥିବେ କୁମ୍ଭୀର ଦେଖିବାକୁ ସୁସ୍ଥ କିନ୍ତୁ ସିକାର ସମୟରେ ଏହା ଖୁବ୍ ଚଞ୍ଚଳ ଦେଖାଯାଇଥାଏ। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ପକ୍ଷୀ ନଦୀକୂଳରେ ଆରାମ କରୁଥିବା କୁମ୍ଭରକୁ ନାକେଦମ କରିଦେଇଛି। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ୍(IF) ଅଫିସର ସୁଶାନ୍ତ ନନ୍ଦ ଟ୍ଵିଟରରେ ସେୟାର କରିଛନ୍ତି। ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି।
Courage is taking action in the face of death.
How many times one pricks a crocodile on its face?? It’s courage that can only propel it😊
(From @bibhutisameer ) pic.twitter.com/oluqynX4ra— Susanta Nanda IFS (@susantananda3) March 14, 2020
ଭିଡିଓରେ ଆପଣ ଦେଖିବାକୁ ପାଇବେ କୁମ୍ଭୀର ପାଖରେ ଅନେକ ପକ୍ଷୀ ବସିଥିବା ବେଳେ ଗୋଟିଏ ପକ୍ଷୀ ହିଁ କୁମ୍ଭୀରକୁ ନାକେଦମ କରିଥିଲା। ଯାହାଦ୍ୱାରା କୁମ୍ଭୀରଟି ରାଗରେ ମାରିବାକୁ ଚେଷ୍ଟା କରୁଥିବାବେଳେ ପକ୍ଷୀଟି ତା ପୂର୍ବରୁ ଉଡିଯାଉଛି। ଯାହାର ଭିଡିଓ ଆପଣଙ୍କୁ ଖୁବ୍ ପସନ୍ଦ ଆସିବା ସହ ଆପଣ ମଧ୍ୟ ନିଜ ହସ ରୋକିପାରିବେନି।