ଚିଲିକାରୁ ଉଡ଼ିବନି ସି-ପ୍ଲେନ୍‌ ହେବନି ଓ୍ଵାଟର୍‌ ଏରୋଡ୍ରମ୍‌

ଚିଲିକା (କେନ୍ୟୁଜ୍) : ଉଡ଼ିବନି ସି-ପ୍ଲେନ୍ । ହେବନି ୱାଟର ଏରୋଡ୍ରମ୍ । ଏନେଇ ପ୍ରସ୍ତାବକୁ ଏୟାରପୋର୍ଟ ଅଥରିଟି ଅଫ୍-ଏଏଆଇ ପ୍ରତ୍ୟାହାର କରିନେଇଛି । ଏବାବଦରେ ଓଡ଼ିଶା ସରକାରଙ୍କୁ ଏଏଆଇ ଚିଠି ଲେଖି ଜଣାଇଛି । ଚିଲିକାରେ ପ୍ରସ୍ତାବିତ ସି-ଏରୋଡ୍ରମକୁ ନେଇ ବିବାଦ ଦେଖାଦେଇଥିଲା । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମୋଦନ ପରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହାକୁ ନେଇ ଦେଖାଦେଇଥିଲା ନୂଆ ବିବାଦ ।

ଜୈବ ବିବିଧତା ନଷ୍ଟ ଆଶଙ୍କାରେ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଏବଂ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରସ୍ତାବକୁ ବିରୋଧ କରିଥିଲେ । ବିଭିନ୍ନ ସଂଗଠନ, ପରିବେଶବିତ୍, ସ୍ଥାନୀୟ ଲୋକ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଚିଲିକାରେ ଓ୍ଵାଟର୍ ଏରୋଡ୍ରମ୍ ଓ ସି-ପ୍ଲେନ କାର୍ଯ୍ୟକ୍ଷମ ହେଲେ ହ୍ରଦର ଜୈବ ବିବିଧତା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି କହିଥିଲା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ ।

ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେବେ ଚିଲିକା ଉପରେ ନିର୍ଭର କରୁଥିବା ପାଖାପାଖି ୨ ଲକ୍ଷ ମତ୍ସଜୀବୀଙ୍କ ଜୀବନଜୀବିକା ଅନ୍ଧକାର ହୋଇଯିବ ବୋଲି କହିଥିଲା ସିଡିଏ । ସେହିପରି ସି-ପ୍ଲେନ ଚଳାଚଳ ଦ୍ୱାରା ଶବ୍ଦ ଓ ଜଳ କମ୍ପନ ବି ସାମୁଦ୍ରିକ ଜୀବଙ୍କ ପାଇଁ କାଳ ହେବ ବୋଲି ସିଡିଏ କହିଥିଲା । ଏବେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଚିଲିକାରେ ୱାଟର ଏରୋଡ୍ରମ ପ୍ରସ୍ତାବରୁ ଓହରିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.