ମୁଁ ସମାଜର ଶତ୍ରୁ, ଘରେ ରହିବି ନାହିଁ: ମଧ୍ୟ ପ୍ରଦେଶ ପୋଲିସର ଏହି ନିଆରା ଆଇଡିଆକୁ ସୋସିଆଲ ମିଡିଆରେ ପ୍ରଶଂସା

କରୋନା ଭାଇରସ ଯୋଗୁ ଏବେ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଚାଲିଛି , ଏଭଳି ସ୍ଥିତିରେ ଯେଉଁ ଲୋକ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଦେଶରେ ଏମିତି ଗମ୍ଭୀର ପରିସ୍ଥିତିକୁ ନଜରରେ ରଖି ମଧ୍ୟ ପ୍ରଦେଶ ପୋଲିସ ଏକ ନିଆରା ଉପାୟ ବାହାର କରିଛି । ପୋଲିସ ଏକ କାଗଜ ଛପାଇଛି, ଯେଉଁଥିରେ ଲେଖାଯାଇଛି, ମୁଁ ସମାଜର ଶତ୍ରୁ, ଘରେ ରହିବି ନାହିଁ । ଯେତେବେଳେ କୌଣସି ବ୍ୟକ୍ତି ବିନା କାରଣରେ ବାହାରେ ବୁଲୁଥିବା ନଜର ଆସନ୍ତି, ପୋଲିସ ସଂଗେ ସଂଗେ ତାଙ୍କ ହାତକୁ ସେହି କାଗଜ ଖଣ୍ଡ ବଢେଇଦେଉଛି ଏବଂ ତାଙ୍କର ଏକ ଫଟୋ ଉଠାଉଛି ।

Twitter courtesy: ANI

ତେବେ ଏହି ଘଟଣା ମଧ୍ୟ ପ୍ରଦେଶର ମନସର ଅଞ୍ଚଳର । ଏଠାରେ ପୋଲିସ 144 ଧାରା ଜାରି କରିଛି । କିନ୍ତୁ ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିକୁ ଏଭଳି ଦଣ୍ଡିତ ହେବାକଳୁ ପଡୁଛି । ପୋଲିସର ଏହି ପଦକ୍ଷେପକୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଇଛି । ପୋଲିସ ଏହାକୁ ଏକ ସଚେତନତା ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.