ଆସନ୍ତା 14 ଏପ୍ରିଲ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା ପରେ ଲୋକେ ଘରେ ବସି ସମୟ କାଟିବା ବଡ ଚ୍ୟାଲେଞ୍ଜର କଥା। ଆଉ ଏଥିପାଇଁ ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି । 28 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ସିରିୟଲ ରାମାୟଣ । ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଏହାକୁ ପ୍ରସାରଣ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି । ଦର୍ଶକମାନେ ଦୂରଦର୍ଶନ ଅର୍ଥାତ DD Nationalରେ ରାମାୟଣ ଦେଖିପାରିବେ । 28 ମାର୍ଚ୍ଚରୁ ସକାଳ 9ରୁ 10 ଗୋଟିଏ ଏପିସୋଡ ଏବଂ ରାତି 9ରୁ 10 ଆଉ ଏକ ଏପିସୋଡ ପ୍ରସାରଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।