ମହିଳା ଜଣକ କୁକୁରକୁ ଏମିତି ପବନରେ ଉଡାଇଲେ ଯେ ଏ ପର୍ଯ୍ୟନ୍ତ 2 କୋଟିରୁ ଅଧିକ ଲୋକ ଦେଖିସାରିଲେଣି ଭାଇରଲ ଭିଡିଓ

ସୋସିଆଲ ମିଡିଆରେ ଏକ ଟିକଟକ ଭିଡ଼ିଓ ଖୁବ ଭାଇରଲ ହେଉଛି। ଏଥିରେ ଜଣେ ମହିଳା ତାଙ୍କ କୁକୁରକୁ ବେଲୁନ ସାହାଯ୍ୟରେ ପବନରେ ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ଭିଡ଼ିଓକୁ ବହୁତ ଲୋକ ପସନ୍ଦ କରିଛନ୍ତି। 1 ଏପ୍ରିଲରେ peter da poodle ନାମକ ଟିକ ଟକ ପେଜ ଏହି ଭିଡ଼ିଓକୁ ପୋଷ୍ଟ କରିଛି।

ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ କୁକୁରର ପିଠିରେ ବେଲୁନ ଲାଗିଛି ଏବଂ ମହିଳା ଜଣକ ତାକୁ ଚଷମା ପିନ୍ଧାଇଛନ୍ତି। ଯେତେବେଳେ ମହିଳା ତାକୁ ହାତରେ ଉଠାଉଛନ୍ତି, ସେତେବେଳେ କୁକୁରଟି ଧିରେ ଧିରେ ଉପରକୁ ଉଠିବାକୁ ଲାଗୁଛି। ଟିକ ଟକରେ ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ 19 ମିଲିୟନ ଭିୟୁ ମିଳିସାରିଥିବା ବେଳେ 30 ଲକ୍ଷରୁ ଅଧିକ ଲାଇକ ଏବଂ 34 ହଜାରରୁ ଅଧିକ କମେଣ୍ଟ ଆସିସାରିଛି।

@peterdapoodleDo you believe your eyes? ##dogsoftiktok ##viral

♬ you would not believe your eyes – mr.mealtica

ଟୁଇଟର ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହାକୁ ସେୟାର କରାଯାଇଛି। ଟୁଇଟରରେ ଭିଡ଼ିଓକୁ 5 ମିଲିୟନ ଭିୟୁ ମିଳିଛି। ଜଣେ ୟୁଜର ଲେଖିଥିଲେ, ‘ଏହା ମୋର ଟିକ ଟକର ସବୁଠାରୁ ଶାନଦାର ଭିଡ଼ିଓ। ପ୍ରଥମ ଥର ମୁଁ ଏମିତି କିଛି ଦେଖୁଛି’। ଆଉ ଜଣେ ଲେଖିଥିଲେ, ‘ଭିଡ଼ିଓକୁ ଦେଖି ମୁଁ ଏବେ ବି ହସୁଛି ଓ ଆଖିରୁ ମୋ ଲୁହ ଆସିଯାଉଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.