ଚର୍ଚ୍ଚାରେ ଶାଶୂ-ବୋହୂ ଯୋଡ଼ି, ଜଣେ ଗାଉଛି ଗୀତ ତ ଆଉ ଜଣେ ବଜାଉଛି ତବଲା, ଭାଇରଲ ହେଉଛି Video

ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି ଏହି ଶାଶୂ-ବୋହୂ ଯୋଡ଼ି। ସାଧାରଣତଃ ଶାଶୂ-ବୋହୂଙ୍କ ମଧ୍ୟରେ ଅନେକ ସମୟରେ ତୁ ତୁ ମେ ମେ ଲାଗିରହୁଥିବା ବେଳେ ଏମାନେ କିନ୍ତୁ ସମସ୍ତଙ୍କ ପାଇଁ ବଡ଼ ଉଦାହରଣ ପାଲଟିଛନ୍ତି। ଭାଇରଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି, ବୋହୂ ହାର୍ମୋନିୟମ ଧରି ରବୀନ୍ଦ୍ର ସଙ୍ଗୀତର ପ୍ରସିଦ୍ଧ ଗୀତ ‘ଶ୍ରାବୋନର ଧରାର ମୋତୋ’ ଗାଉଥିବା ବେଳେ ଶାଶୂ ତବଲା ବଜାଉଥିବା ନଜର ଆସୁଛନ୍ତି।

ଭିଡ଼ିଓରେ ଶାଶୂ-ବୋହୂଙ୍କ ଯୁଗଳବନ୍ଦୀକୁ ଖୁବ ପସନ୍ଦ କରାଯାଉଛି। ଏହାସହିତ ଲୋକଙ୍କର ଅନେକ ସକାରାତ୍ମକ କମେଣ୍ଟ ମଧ୍ୟ ଆସୁଛି। ଜଣେ ୟୁଜର ଲେଖିଛନ୍ତି, ‘ଭଗବାନ ଏହି ଘର ଉପରେ ସବୁବେଳେ କୃପା ରଖନ୍ତୁ, ଯେଉଁଠି ଶାଶୂ-ବୋହୂଙ୍କ ମଧ୍ୟରେ ଏତେ ଭଲ ପାଇବା ଅଛି’।

video courtesy: facebook

କହି ରଖୁଛୁ, ଏହି ଭିଡ଼ିଓକୁ ‘ଖୋଲା ଜନାନଲା’ ନାମକ ବଙ୍ଗଳା ଫେସବୁକ ପେଜ ସେୟାର କରିଛି। ଏହାକୁ ଖାସ କରି ରବୀନ୍ଦ୍ର ଟାଗୋରଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି, ଯେଉଁଥିପାଇଁ ଭିଡ଼ିଓ ସେୟାର ହେବାର ମାତ୍ର କିଛି ଘଣ୍ଟା ଭିତରେ 5 ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହ 4 ହଜାରରୁ ଅଧିକ ସେୟାର ମିଳିଥିବା ବେଳେ 500ରୁ ଅଧିକ ଲାଇକ୍ସ ଆସିସାରିଛି।

 

Leave A Reply

Your email address will not be published.