ଆରପାରିରେ ଛତିଶଗଡ଼ର ପୂବର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ, ଦୀର୍ଘ ଦିନ କୋମାରେ ରହିବା ପରେ ଆଜି ହୃଦ୍‌ଘାତରେ ହରାଇଲେ ପ୍ରାଣ

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ।   ଅନେକ  ଦିନ ଧରି କୋମାରେ ରହିବା ପରେ ଆଜି ଅପରାହ୍ନ ସାଢ଼େ ୩ଟାରେ ରାୟପୁର ନାରାୟଣୀ ହସ୍ପିଟାରେ ବୁଜିଲେ ଆଖି, ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ଆଜି ତାଙ୍କର ଦୁଇ ଥର ହୃଦ୍‌ଘାତ ହୋଇଥିଲା ଅଜିତ ଯୋଗୀଙ୍କ ବିୟୋଗରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଡକ୍ଚର ରମଣ ସିଂହ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି। ସେହିପରି ଅଜିତ ଯୋଗୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୋକପ୍ରକାଶ କରିଛନ୍ତି।

ସୂଚନା ମୁତାବକ ମେ ୯ରେ  ନିଜ ଘରେ ପରିବାର ଲୋକଙ୍କ ସହିତ ହୁଇଲ୍ ଚେୟାରରେ ବଗିଚା ବୁଲୁଥିଲେ। ଏହି ସମୟରେ ଅଚେତ ହୋଇ ପଡ଼ିଥିଲେ।  ଅଜିତ ଯୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଭାରତୀୟ ପ୍ରଶାସନିକ ସେବାରୁ ରାଜନୀତିରେ ଯୋଗ ଦେଇଥିଲେ ଯୋଗୀ। ଅଜିତ ବର୍ତ୍ତମାନ ଛତିଶଗଡ଼ର ମାରବାହୀର ବିଧାୟକ ରହିଥିଲେ। ତାଙ୍କ ସ୍ତ୍ରୀ ରେଣୁ ଯୋଗୀ କୋଟାର ବିଧାୟକ ଅଛନ୍ତି।

୨୦୦୦ ମସିହାରେ ଛତିଶଗଡ଼ ରାଜ୍ୟର ନିର୍ମାଣ ହୋଇଥିଲା। ୨୦୦୩ ଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ ଯୋଗୀ। ସେତେବେଳେ ସେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ତେବେ ୨୦୦୩ ବିଧାନସଭା ନିର୍ବାଚନରେ ସେ ହାରିଯାଇଥିଲେ। କଂଗ୍ରେସ ସହିତ ମତପାର୍ଥକ୍ୟ ହେବା ପରେ ୨୦୧୬ରେ ସେ ଜନତା କଂଗ୍ରେସ ଛତିଶଗଡ଼ ଗଠନ କରିଥିଲେ।

Leave A Reply

Your email address will not be published.