ଭଉଣୀ ପାଇଁ ଫ୍ଲାଇଟ୍ ବୁକ୍ କଲେ ଅକ୍ଷୟ କୁମାର, ମୁମ୍ବାଇରୁ ପହଞ୍ଚିଲେ ଦିଲ୍ଲୀ

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ନିଜର ଅହମ ବଳିଦାନ ପାଇଁ ଖୁବ୍ ଲୋକପ୍ରିୟ। ସେ କୃଷକଙ୍କୁ ସାହାଯ୍ଯ କରିବା ହେଉ କିମ୍ବା କରୋନା ଭାଇରସ ପୀଡିତଙ୍କୁ। ଅକ୍ଷୟ କୁମାର ସର୍ବଦା ଲୋକଙ୍କୁ ସାହାଯ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି। ଦେଶର ସୁରକ୍ଷା ସହ ନିଜ ପରିବାରର ସୁରକ୍ଷା ପାଇଁ ମଧ୍ଯ ସେ ଧ୍ଯାନ ଦେଇଥାନ୍ତି। ଏସବୁ ମଧ୍ଯରେ ଅକ୍ଷୟ କୁମାର ନିଜ ଭଉଣୀଙ୍କୁ କରୋନା ଭାଇରସ କବଳରୁ ରକ୍ଷା କରିବା ପାଇଁ ଏଭଳି କିଛି କାମ କରିଛନ୍ତି, ଯାହାକୁ ଜାଣି ଆପଣମାନେ ମଧ୍ଯ ଆଶ୍ଚର୍ଯ୍ଯ ହୋଇଯିବେ।

alkaସୂଚନା ମୁତାବକ ଅକ୍ଷୟଙ୍କ ଭଉଣୀ ଅଲକା ଭାଟିଆ ନିଜ ପିଲାମାନଙ୍କ ସହ ମୁମ୍ବାଇରୁ ଦିଲ୍ଲୀ ଯାଉଥିଲେ। ଏନେଇ ଭଉଣୀ ଏବଂ ପିଲାଙ୍କ ସୁରକ୍ଷା ପାଇଁ ଅକ୍ଷୟ ସମ୍ପୂର୍ଣ୍ଣ ଫ୍ଲାଇଟ୍ ବୁକ୍ କରିଥିଲେ। ଏହାପୂର୍ବରୁ ଭୋପାଳର ଜଣେ ବ୍ଯବସାୟୀ ନିଜ ଝିଅ ଏବଂ ତାଙ୍କ ପିଲାଙ୍କ ପାଇଁ ଫ୍ଲାଇଟ୍ ବୁକ୍ କରିଥିଲେ। ଯାହାଫଳରେ ସେମାନେ ଘରେ ସୁରକ୍ଷିତ ପହଞ୍ଚିପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.