ମାଲକାନଗିରି: ପୁଣି ମାଓ ହିଂସା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମାଓ ହିଂସା। ରାସ୍ତା କାମରେ ନିୟୋଜିତ ୬ଟି ଗାଡିକୁ ଜାଳିଦେଇଛି ଲାଲ୍ବାହିନୀ। କୁକାନାର ପୋଲସ ଷ୍ଟେସନ ଅଞ୍ଚଳର ଧାନିକୋରଟା ଗାଁରେ ଘଟିଛି ଏହି ଉନ୍ମତକାଣ୍ଡ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ୧୦ରୁ ୧୫ ଜଣ ମାଓବାଦୀମାନେ ଆସି ରାସ୍ତା ନିର୍ମାଣରେ ଲାଗିଥିବା ୨ଟି ଜେସିବି, ୧ପ୍ଲୋକିନ୍, ୩ଟି ଟିପ୍ପର ଜାଳିଦେଇଛନ୍ତି। ଏହି ଘଟଣା ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ଦାନ୍ତେୱାଡା ଏସ୍ପି ସୂଚନା ଦେଇଛନ୍ତି।